ଓଡିଶା

odisha

ETV Bharat / bharat

ଅଜିତଙ୍କୁ ସିଞ୍ଚନ ଘୋଟଲାରେ କ୍ଲିନଚିଟ - ଅଜିତ ପାଓ୍ବାରଙ୍କୁ କ୍ଲିନ ଚିଟ

ସିଞ୍ଚନ ଘୋଟଲାରେ ଅଜିତ ପାଓ୍ବାରଙ୍କୁ କ୍ଲିନଚିଟକୁ ସୁପ୍ରିମ କୋରଟରେ ଚ୍ୟାଲେଞ୍ଜ କରିଛନ୍ତି ଶିବସେନା, କଂଗ୍ରେସ ଓ ଏନସିପି । ଏସିବି ଏହି ଘୋଟାଲାର ଯାଞ୍ଚ କରୁଛି ।

ଅଜିତ ପାଓ୍ବାର
ଫାଇଲ ଫଟୋ

By

Published : Nov 26, 2019, 11:23 AM IST

ମୁମ୍ବାଇ: ମହାରାଷ୍ଟ୍ରର ରାଜନୈତିକ ଉଷ୍ମତା ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ବିରୁଦ୍ଧରେ ଥିବା ଆଉ ଏକ ମାମଲା ସୁପ୍ରିମ କୋର୍ଟରେ ପହଞ୍ଚିଯାଇଛି । ଜଳ ସିଞ୍ଚନ ଘୋଟଲାରେ ଅଜିତଙ୍କୁ କ୍ଲିନଚିଟ ମିଳିବା ପରେ ଶିବସେନା, କଂଗ୍ରେସ ଓ ଏନସିପି ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ।

ଅଜିତଙ୍କ ନାମରେ ଅନେକ ମାମଲା ରହିଛି । ଏଥିରେ 70 ହଜାର କୋଟି ଟଙ୍କାର ଜଳ ସିଞ୍ଚନ ଘୋଟାଲା ସାମିଲ ରହିଛି । ଯେତେବେଳେ ଏହି ଘୋଟାଲା ସାମ୍ନାକୁ ଆସିଲା, ସେତେବେଳେ ଅଜିତ କଂଗ୍ରେସ ଓ ଏନସିପି ମେଣ୍ଟ ସରକାରରେ ଜଳ ସିଞ୍ଚନ ବିଭାଗ ସମ୍ଭାଳୁଥିଲେ ।

ଅନ୍ୟପକ୍ଷେ ଶିବସେନା, କଂଗ୍ରେସ ଓ ଏନସିପି ଯେତେ ପର୍ଯ୍ୟନ୍ତ ବିଧାନସଭାରେ ଶକ୍ତି ପରୀକ୍ଷଣ ହୋଇନାହିଁ, ସେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଉପରେ କୌଣସି ବି ନୀତିଗତ ନିଷ୍ପତ୍ତି ନେବାକୁ ରୋକ ଲଗାଇବା ପାଇଁ ଶିବସେନା, କଂଗ୍ରେସ ଓ ଏନସିପି ଦାବି କରିଛନ୍ତି ।

ABOUT THE AUTHOR

...view details