ଭୋପାଳ: ପୂର୍ବତନ ମହିଳା ସହଯୋଗୀଙ୍କୁ ‘ଆଇଟମ’ କହିଥିବା ମନ୍ତବ୍ୟରେ ସ୍ପଷ୍ଟୀକରଣ ରଖିଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ । ସେ କାହାକୁ ଅପମାନ କରିନାହାଁନ୍ତି । ନାଁ ଭୁଲି ଯାଇଥିଲେ, ସେ ତାଲିକା ଅନୁସାରେ, ଆଇଟମ 1, 2 କହିଥିଲେ। ତେବେ ଏହା କୌଣସି ପ୍ରକାରର ଅପମାନ ନୁହେଁ ବୋଲି ନିଜ ବୟାନ ଉପରେ ଜବାବ ରଖିଛନ୍ତି କମଲନାଥ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ।
ମୁଖ୍ୟମନ୍ତ୍ରୀ ଶିବରାଜ ସିଂ କମଲନାଥଙ୍କୁ ଟାର୍ଗେଟ କରି କହିଛନ୍ତି, ଆପଣ 74 ବର୍ଷ ବୟସର ହେବେ । ବିଜେପି ନେତ୍ରୀ ଇମର୍ତ୍ତୀ ଦେବୀଙ୍କ ଦେଇଥିବା ମନ୍ତବ୍ୟକୁ ବାରମ୍ବାର ଦୋହରାଇବି ନାହିଁ । ଜଣେ ମହିଳାଙ୍କୁ ଆଇଟମ କହିବାକୁ ନେଇ ଆମେ ବିରୋଧ କରୁଥିବାବେଳେ କମଲନାଥ ବେଲଜ୍ଜା ଭାବେ କହୁଛନ୍ତି ସେ ଓ ଅନ୍ୟ ସମେତ ମଧ୍ୟ ଜଣେ ଜଣେ ଆଇଟମ । ଯଦି ଅନ୍ୟ କହି ତାଙ୍କ ମାଆ ଓ ଉଭଣୀକୁ ଆଇଟମ କୁହନ୍ତି ତେବେ ସେ ଏହାକୁ ବରଦାସ୍ତ କରିପାରିବେ କି ବୋଲି ପ୍ରଶ୍ନ କରିଛନ୍ତି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ।