ନୂଆଦିଲ୍ଲୀ: ଭାରତରେ କୋଭିଡ -19 ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଲକଡାଉନ ଜାରି କରିଛନ୍ତି । ଯାହା ଏପ୍ରିଲ 14 ପର୍ଯ୍ୟନ୍ତ ଜାରି ରହିବ । ବର୍ତ୍ତମାନ ସୁଦ୍ଧା ଦେଶରେ 7,400 ମାମଲା ରିପୋର୍ଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 250 ଛୁଇଁଛି ।
ଲକଡାଉନ ସମ୍ପ୍ରସାରଣକୁ ବିରୋଧ କଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ - pm modi
ଲକଡାଉନ ସମ୍ପ୍ରସାରଣକୁ ବିରୋଧ କଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ପଞ୍ଜାବ ମେ 1 ଏବଂ ଓଡିଶା ଏପ୍ରିଲ୍ ଶେଷ ପର୍ଯ୍ୟନ୍ତ ନିଜ ନିଜ ରାଜ୍ୟରୁ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରିସାରିଛନ୍ତି। ଅଧିକ ପଢନ୍ତୁ...
ଫାଇଲ ଫଟୋ
ଏପ୍ରିଲ 30 ପର୍ଯ୍ୟନ୍ତ ଲକଡାଉନ୍ ସମ୍ପ୍ରସାରଣକୁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହୋଇଥିବା ଆଲୋଚନାରେ ଅତି କମରେ 7ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ସମର୍ଥନ କରିଥିଲେ । ଏପର୍ଯ୍ୟନ୍ତ ବିରୋଧ କରୁଥିବା ପ୍ରଥମ ଏବଂ ଏକମାତ୍ର ମୁଖ୍ୟମନ୍ତ୍ରୀ ହେଉଛି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ।
ପଞ୍ଜାବ ମେ 1 ଏବଂ ଓଡିଶା ଏପ୍ରିଲ୍ ଶେଷ ପର୍ଯ୍ୟନ୍ତ ନିଜ ନିଜ ଦେଶକୁ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରି ସାରିଛନ୍ତି। ତେଲେଙ୍ଗାନା ସିଏମ କେ ଚନ୍ଦ୍ରଶେଖର ରାଓ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଲକଡାଉନ୍ ବୃଦ୍ଧି କରିବାକୁ ଆବେଦନ କରି କହିଥିଲେ ।