ଓଡିଶା

odisha

ETV Bharat / bharat

ଚତୁର୍ଥ ଥର ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବରାଜ

ଶିବରାଜ ସିଂହ ଚୌହାନ ରାତି 9 ଟାରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଶିବରାଜ । ତାଙ୍କର ଶପଥ ଗ୍ରହଣ ସମାରୋହ ରାଜ ଭବନରେ ଅନୁଷ୍ଠିତ ହୋଇଛି। ଚତୁର୍ଥ ଥର ଶିବରାଜ ସିଂହ ଚୌହାନ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହାପୂର୍ବରୁ ସେ ଲଗାତାର ତିନିଥର ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ରହିଆସିଛନ୍ତି। ସେ 2005 ରୁ 2018 ପର୍ଯ୍ୟନ୍ତ କ୍ରମାଗତ ଭାବରେ ସିଏମ ଥିଲେ |

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Mar 23, 2020, 5:48 PM IST

Updated : Mar 23, 2020, 9:37 PM IST

ଭୋପାଳ: ମଧ୍ୟପ୍ରଦେଶରେ ବିଜେପି ସରକାର । ସୋମବାର ସନ୍ଧ୍ୟା 6ଟାରେ ଦଳର ରାଜ୍ୟ କାର୍ଯ୍ୟାଳୟରେ ବିଧାୟକଙ୍କ ଏକ ବୈଠକ ଡକାଯାଇଥିଲା । ଏଥିରେ ସର୍ବସମ୍ମତି କ୍ରମେ ଶିବରାଜ ସିଂହ ଚୌହାନଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଥିଲା । ରାତି 9ଟାରେ ଶପଥ ଗ୍ରହଣ କରିଛନ୍ତି ଶିବରାଜ ।

ଫଟୋ ସୌଜନ୍ୟ: ଏଏନଆଇ

ଶିବରାଜ ସିଂହ ଚୌହାନ ରାତି 9 ଟାରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ତାଙ୍କର ଶପଥ ଗ୍ରହଣ ସମାରୋହ ରାଜଭବନରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟପାଳ ଲାଲଜୀ ଟଣ୍ଡନ୍‌ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।

ଚତୁର୍ଥ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ପଦଭାର ଗ୍ରହଣ କରିଛନ୍ତି ଶିବରାଜ ସିଂହ ଚୌହାନ । ଏହାପୂର୍ବରୁ ସେ ଲଗାତାର ତିନିଥର ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ରହିଆସିଛନ୍ତି। ସେ 2005 ରୁ 2018 ପର୍ଯ୍ୟନ୍ତ କ୍ରମାଗତ ଭାବରେ ସିଏମ ଥିଲେ |

ଶପଥ ଗ୍ରହଣ ପରେ ଶିବରାଜ ଆଜି ହାତ ମିଳାଇବା ଓ ଉତ୍ସବର ସମୟ ନୁହେଁ ବୋଲି ସେ କହିଛନ୍ତି । ଏବେ କୋରୋନା ସହ ଲଢେଇ କରିବାର ସମୟ ବୋଲି ଶପଥ ଗ୍ରହଣ ପରେ କହିଛନ୍ତି ଶିବରାଜ ।

@IANS ଇନପୁଟ

Last Updated : Mar 23, 2020, 9:37 PM IST

ABOUT THE AUTHOR

...view details