ଓଡିଶା

odisha

By

Published : Dec 10, 2019, 2:58 PM IST

ETV Bharat / bharat

ଶିବସେନାର ବିଜେପି ପ୍ରେମ, ନାଗରିକତା ସଂଶୋଧନ ବିଲକୁ ସମର୍ଥନ

ସୋମବାର ଗୃହରେ ନାଗରିକତା ସଂଶୋଧନ ବିଲ(ସିଏବି)କୁ ସମର୍ଥନ ଜଣାଇଛି ଶିବସେନା । ଗୃହରେ ଶିବସେନାର 18ଜଣ ସାଂସଦ ବିଲକୁ ସମର୍ଥନ କରିଛନ୍ତି ।

shiv sena support the Citizenship (Amendment) Bill
ଶିବସେନାର ବିଜେପି ପ୍ରେମ

ନୂଆଦିଲ୍ଲୀ: ନିକଟରେ ମହାରାଷ୍ଟ୍ରରେ ଶେଷ ହୋଇଛି ବିଜେପି-ଶିବସେନା ମହାନାଟକ । ବିଜେପିଠୁ ଅଲଗା ହୋଇ କଂଗ୍ରେସ, ଏନସିପି ସହ ମିଳିତ ଭାବରେ ସରକାର ଗଠନ କରିଛି ଶିବସେନା । ମାତ୍ର ଗତକାଲି ଗୃହରେ ନାଗରିକତା ସଂଶୋଧନ ବିଲ(ସିଏବି)କୁ ସମର୍ଥନ ଜଣାଇଛି ଶିବସେନା । ଗୃହରେ ଶିବସେନାର 18ଜଣ ସାଂସଦ ବିଲକୁ ସମର୍ଥନ କରିଛନ୍ତି ।

ବିଲ ଗୃହୀତ ହେବା ସମୟରେ ଚାଲିଥିବା ବିତର୍କରେ ଭାଗନେଇ ଶିବସେନା କହିଛି, ଦଳ ବିଲକୁ ସମର୍ଥନ କରୁଛି । ମାତ୍ର ସିଏବି ଦ୍ୱାରା ଭାରତର ନାଗରିକତା ପାଉଥିବା ଅଣମୁସଲିମ ଶରଣାର୍ଥୀଙ୍କୁ କେନ୍ଦ୍ର ସରକାର ୨୫ ବର୍ଷ ଯାଏ ଭୋଟ ଦେବା କ୍ଷମତାରୁ ଦୂରେଇ ରଖିବା ଉଚିତ । ଶିବସେନ ପୁଣି କହିଥିଲା, ଯେହେତୁ ଉତ୍ତର ପୂର୍ବ ରାଜ୍ୟମାନଙ୍କରେ ବିଲ ଲାଗୁ ହେଉ ନାହିଁ ତେବେ ନାଗରିକତା ପାଉଥିବା ଶରଣାର୍ଥୀ ମାନେ ଭାରତର କେଉଁ ରାଜ୍ୟମାନଙ୍କରେ ରହିବେ ।

ଶିବସେନା ଏମପି ବିନାୟକ ରାଉତ କହିଥିଲେ, ମୁଁ ବିଲକୁ ସମର୍ଥନ କରୁଛି । ମାତ୍ର ଶରଣାର୍ଥୀଙ୍କୁ ନାଗରିକତା ଦେବା ବେଳେ ସରକାର ଦେଶର ଜନସଂଖ୍ୟା କଥା ମଧ୍ୟ ଦୃଷ୍ଟିରେ ରଖିବା ଉଚିତ । କାରଣ ଶିବସେନା ପ୍ରତିଷ୍ଠାତା ବାଲ ଠାକରେ ସର୍ବଦା କହୁଥିଲେ, ବେଆଇନ ଶରଣାର୍ଥୀଙ୍କୁ ଦେଶରୁ କାଢି, ପ୍ରଥମେ ଦେଶ ନାଗରିକମାନଙ୍କୁ ସୁବିଧା ସୁଯୋଗ ଯୋଗାଇଦେବା ଉତିଚ୍‌ ।

ଉଲ୍ଲେଖଥାଉ କି, ଗତକାଲି(ସୋମବାର) ଲୋକସଭାରେ ବହୁ ଚର୍ଚ୍ଚିତ ନାଗରିକ ସଂଶୋଧନ ବିଲ ଦୀର୍ଘ 8 ଘଣ୍ଟାର ଆଲୋଚନା ପରେ ଗୃହିତ ହୋଇଛି । ବିରୋଧୀଙ୍କ ପ୍ରବଳ ବିରୋଧ ସତ୍ତ୍ବେ ଏହି ବିଲକୁ ସରକାର ଲୋକସଭାରେ ପାରିତ କରାଇବାରେ ସଫଳ ହୋଇଛନ୍ତି । ଏହି ବିଲ୍‌ ସପକ୍ଷରେ 311 ଖଣ୍ଡ ଭୋଟ ପଡିଥିବାବେଳେ ବିପକ୍ଷରେ ପଡିଥିଲା 80ଟି ଭୋଟ । ତେବେ ଆସନ୍ତାକାଲି(ବୁଧବାର) ଏହା ରାଜ୍ୟସଭାରେ ଆଗତ ହୋଇପାରେ ।

ABOUT THE AUTHOR

...view details