ଓଡିଶା

odisha

ETV Bharat / bharat

‘ମୁମ୍ବାଇରେ ଭିଡ କମ୍ କରିବା ଜରୁରୀ, ୟୁପି-ବିହାରରେ କରନ୍ତୁ ରୋଜଗାର ସୃଷ୍ଟି’ - ମୁମ୍ବାଇରେ ଭିଡ କମ୍ କରିବା ଜରୁରୀ

ମୁମ୍ବାଇରେ ଭିଡ କମ୍ କରିବା ନେଇ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀଙ୍କ ଟିପ୍ପଣୀର ଜବାବ ଦେଇଛି ଶିବସେନା । ଶିବସେନା କହିଛି ଯଦି ଉତ୍ତରପ୍ରଦେଶ ଓ ବିହାରରେ ପୁନେ ଓ ମୁମ୍ବାଇ ଭଳି ସ୍ମାର୍ଟସିଟି ନିର୍ମାଣ ହୁଅନ୍ତା ତେବେ ଦେଶର ଆର୍ଥିକ ରାଜଧାନୀର ଜନସଂଖ୍ୟା ଆପେ ଆପେ କମ୍ ହୋଇଯାନ୍ତା ।

ମୁମ୍ବାଇରେ ଭିଡ କମ୍ କରିବା ଜରୁରୀ
ମୁମ୍ବାଇରେ ଭିଡ କମ୍ କରିବା ଜରୁରୀ

By

Published : Jun 29, 2020, 5:39 PM IST

ମୁମ୍ବାଇ: ମୁମ୍ବାଇରେ ଭିଡ କମ୍ କରିବା ନେଇ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀଙ୍କ ଟିପ୍ପଣୀର ଜବାବ ଦେଇଛି ଶିବସେନା । ଶିବସେନା କହିଛି ଯଦି ଉତ୍ତରପ୍ରଦେଶ ଓ ବିହାରରେ ପୁନେ ଓ ମୁମ୍ବାଇ ଭଳି ସ୍ମାର୍ଟସିଟି ନିର୍ମାଣ ହୁଅନ୍ତା ତେବେ ଦେଶର ଆର୍ଥିକ ରାଜଧାନୀର ଜନସଂଖ୍ୟା ଆପେ ଆପେ କମ୍ ହୋଇଯାନ୍ତା ।

ଶିବସେନାର ମୁଖପାତ୍ର ‘ସାମନା’ରେ ପ୍ରକାଶିତ ଏକ ସମ୍ପାଦକୀୟରେ ଦାବି କରାଯାଇଛି ଯେ ଲକଡାଉନ୍ ସମୟରେ ପ୍ରାୟ 1.50 ଲକ୍ଷ ପ୍ରବାସୀ ଶ୍ରମିକ ମହାରାଷ୍ଟ୍ରକୁ ଫେରିଛନ୍ତି। ସେମାନଙ୍କ ପାଖରେ ସେଠାରେ ଆଉ କୌଣସି କାମ ନାହିଁ । ଏହା ମଧ୍ୟ ଦାବି କରାଯାଇଛି ଯେ ମୁମ୍ବାଇ ଦେଶର ରାଜକୋଷରେ ବିଶେଷ ଅବଦାନ ରଖିଛି କିନ୍ତୁ କୋଭିଡ-19 ବିରୋଧି ଯୁଦ୍ଧରେ ଏହା କେନ୍ଦ୍ରଠାରୁ ଉପଯୁକ୍ତ ଆର୍ଥିକ ସହାୟତା ପାଇନାହିଁ।

କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ମାମଲା ବିଷୟରେ ନିତିନ ଗଡକରୀ ଗତ ମାସରେ କହିଥିଲେ ଯେ ଜନବହୁଳ ସହର ‘ବିପର୍ଯ୍ୟସ୍ତ ପରିଣାମ’ ଭୋଗୁଥିବାରୁ ମୁମ୍ବାଇରୁ ଯାତାୟାତ ହ୍ରାସ କରିବାର ଆବଶ୍ୟକତା ରହିଛି। ସୋମବାର ଏହାର ଉତ୍ତର ଦେଇଛି ଶିବସେନା । ଉତ୍ତରପ୍ରଦେଶ ଓ ବିହାରରେ ସ୍ମାର୍ଟସିଟି କରନ୍ତୁ, ସେସବୁ ରାଜ୍ୟରେ ରୋଜଗାର ସୃଷ୍ଟି କରନ୍ତୁ । ଫଳରେ ମୁମ୍ବାଇରେ ଆପେ ଆପେ ଭିଡ କମିଯିବ ବୋଲି ଶିବସେନା କହିଛି ।

ସମ୍ପାଦକୀୟ ଅନୁସାରେ ଲକଡାଉନ୍ ସମୟରେ ପ୍ରାୟ 7-8 ଲକ୍ଷ ପ୍ରବାସୀ ଶ୍ରମିକ ମୁମ୍ବାଇରୁ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଓ ଓଡିଶା ଯାତ୍ରା କରିଥିଲେ। ଉଦ୍ଧବ ଠାକରେ ନେତୃତ୍ବାଧୀନ ଦଳ କହିଛି ଯେ ପୁନେରୁ ପ୍ରାୟ 3 ଲକ୍ଷ ଲୋକ ଯାଇଥିଲେ ବର୍ତ୍ତମାନ ସେମାନେ ଫେରିବା ଆରମ୍ଭ କରିଛନ୍ତି। ସେଥିପାଇଁ ମୁମ୍ବାଇ ଓ ପୁନେ ଉପରେ ଭାର ବଢୁଛି। ସେଥିରେ ଏହା ମଧ୍ୟ ପ୍ରଶ୍ନ କରାଯାଇଛି ଯେ, ଜୁନ 2015ରୁ ସ୍ମାର୍ଟସିଟି କାର୍ଯ୍ୟ ଆରମ୍ଭ ହୋଇଛି ମାତ୍ର ଏପର୍ଯ୍ୟନ୍ତ କେତେଟା ସ୍ମାର୍ଟସିଟି ସହର ରହିଛି ।

ABOUT THE AUTHOR

...view details