ଓଡିଶା

odisha

ETV Bharat / bharat

ଫଟୋରେ ମହାରାଷ୍ଟ୍ର ରାଜନୀତି: ବାଘ ହାତରେ ଫୁଲ, ବେକରେ ଘଡି - artoon tweet take a dig on diwali sanjay raut

ଶିବସେନାର ସାଂସଦ ସଞ୍ଜୟ ରାଉତ ନିଜ ଟ୍ବିଟର ପେଜରେ ସେୟାର କରିଛନ୍ତି । ଯାହା ମହାରାଷ୍ଟ୍ର ନିର୍ବାଚନ ସମୀକରଣର ମଜାଦାର ଦିଗକୁ ଦର୍ଶାଉଛି । ଶିବସେନା ଚିହ୍ନ ‘ବାଘ’ କଂଗ୍ରେସ ଚିହ୍ନ ‘ହାତ’ ଏନସିପି ଚିହ୍ନ ‘ଘଡି’ । ଏହାକୁ ନେଇ ଏହି ବ୍ୟଙ୍ଗ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର@rautsanjay61

By

Published : Oct 25, 2019, 11:05 PM IST

ମୁମ୍ବାଇ: ଫଟୋ ବି ଅନେକ କଥା କୁହେ । ଏହି ଚିତ୍ର ସେତେଟା ବିଚିତ୍ର ନୁହେଁ ମାତ୍ର ଏହି ଗୋଟିଏ ଚିତ୍ରରେ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ପ୍ରତିଫଳିତ କରିଛନ୍ତି ଆର୍ଟିଷ୍ଟ । ବାଘ ହାତରେ ବିଜେପିର ଚିହ୍ନ କମଳ ଓ ଏହି ଫୁଲକୁ ଆଘ୍ରାଣ କରିବାରେ ନିମଗ୍ନ ବାଘ । ବେକରେ ଏନସିପିର ଦଳୀୟ ଚିହ୍ନ ଘଣ୍ଟା ସାଜିଛି ହାର । ଏହି ବ୍ୟଙ୍ଗ ଚିତ୍ର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ । ଫଟୋ ଟିକୁ ଶିବସେନାର ସାଂସଦ ସଞ୍ଜୟ ରାଉତ ନିଜ ଟ୍ବିଟର ପେଜରେ ସେୟାର କରିଛନ୍ତି । ଯାହା ମହାରାଷ୍ଟ୍ର ନିର୍ବାଚନ ସମୀକରଣର ମଜାଦାର ଦିଗକୁ ଦର୍ଶାଉଛି ।

ଫଟୋ ସୌଜନ୍ୟ: ଟ୍ବିଟର@rautsanjay61


ସଞ୍ଜୟ ନିଜ ଟ୍ବିଟର ପେଜ୍‌ରେ ଏହାକୁ ସେୟାର କରିବା ସହ ତଳେ ଲେଖିଛନ୍ତି ଯେ, ବ୍ୟଙ୍ଗ ଚିତ୍ରକାରଙ୍କ କମାଲ, ଖରାପ ଭାବନ୍ତୁନି ଏହା ଦୀପାବଳି । ଏହି ଟ୍ବିଟ ଚର୍ଚ୍ଚାରେ ରହିବାର ଅନ୍ୟ ଏକ ଦିଗ ମହାରାଷ୍ଟ୍ର ରାଜନୀତି । ମହାରାଷ୍ଟ୍ର ପୂର୍ବତନ ସିଏମ ପୃଥ୍ବୀରାଜ ଚୌହ୍ବାନ ନିଜ ବୟାନରେ ସମସ୍ତଙ୍କୁ ଚକିତ କରିଛି । ବିଜେପିକୁ ସତ୍ତାରୁ ଦୂରରେ ରଖିବା ପାଇଁ ଶିବସେନା, ଏନସିପି ଓ କଂଗ୍ରେସ ମେଣ୍ଟ କରିବା ସମ୍ଭାବନା ରହିବା କଥା କହିଛନ୍ତି ।

ଅନ୍ୟପଟେ ବିଜେପି-ଶିବସେନା ରାଜ୍ୟରେ ୫୦-୫୦ ଫର୍ମୁଲାରେ ସରକାର ଗଠନ ପାଇଁ ଚାଲିଛି ଗଭୀର ଆଲୋଚନା ଓ ପର୍ଯ୍ୟାଲୋଚନା । ସେପଟେ ଶିବସେନା ପ୍ରମୁଖ ଆଦିତ୍ୟ ଠାକରେଙ୍କୁ ଉପ-ମୁଖ୍ୟମନ୍ତ୍ରୀ ନୁହେଁ ବରଂ ମୁଖ୍ୟମନ୍ତ୍ରୀ ଚୌକି ଦାବି କରିଛି ଶିବସେନା ।

ABOUT THE AUTHOR

...view details