ଓଡିଶା

odisha

ETV Bharat / bharat

ମୋଦି ପ୍ରଧାନମନ୍ତ୍ରୀ ହେବା 'ଭଗବାନ'ଙ୍କ ନିର୍ଦ୍ଧାରିତ ଯୋଜନା: ଶିବସେନା

ବିଜେପିର ସହଯୋଗୀ ଦଳ ଶିବସେନା ଏହାର ମୁଖପତ୍ର 'ସାମନା'ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୂୟସୀ ପ୍ରଶଂସା କରିଛି । ମୋଦିଙ୍କ ହାତରେ ଦେଶ ଭାର ପ୍ରଦାନ କରିବା ଭଗବାନଙ୍କ ଇଚ୍ଛାନୁଯାୟୀ ହୋଇଛି ବୋଲି ପତ୍ରିକାରେ କୁହାଯାଇଛି ।

By

Published : May 30, 2019, 1:08 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଆଜି(ଗୁରୁବାର) ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ ପର୍ବ ପୂର୍ବରୁ ବିଜେପିର ସହଯୋଗୀ ଦଳ ଶିବସେନା ଏହାର ମୁଖପତ୍ର 'ସାମନା'ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୂୟସୀ ପ୍ରଶଂସା କରିଛି । ମୋଦିଙ୍କ ହାତରେ ଦେଶ ଭାର ପ୍ରଦାନ କରିବା ଭଗବାନଙ୍କ ଇଚ୍ଛାନୁଯାୟୀ ହୋଇଛି ବୋଲି ପତ୍ରିକାରେ କୁହାଯାଇଛି ।


'ସାମନା'ରେ 'ମୋଦି ଇଶ୍ବରଙ୍କ ପୂର୍ବ ଯୋଜନା ଅନୁସାରେ ପୂନର୍ବାର ଦେଶର ପ୍ରଧାନମନ୍ତ୍ରୀ ପଦରେ ଆସୁଛନ୍ତି ବୋଲି ଲେଖାଯାଇଛି । ଏହାସହ ସେଥିରେ ଲେଖାଯାଇଛି ଯେ, କିଛି ଦିନ ପୂର୍ବରୁ ମୋଦି ଚୌକିଦାର ଓ ପ୍ରଧାନସେବକ ଥିଲେ, ମାତ୍ର ଏବେ ସେ ଦେଶର ରକ୍ଷକ ଓ ଅଭିଭାବକ ଭୂମିକା ସମ୍ପାଦନ କରିବାକୁ ଯାଉଛନ୍ତି ।

ଶିବସେନା ମୋଦିଙ୍କ ଗୁଣକୀର୍ତ୍ତନ କରି କହିଛି ଯେ ସମ୍ପ୍ରତି ଦେଶର ଅନେକ ଗମ୍ଭୀର ସମସ୍ୟା ରହିଛି । ଏ ସମସ୍ତ ସମସ୍ୟାକୁ ହଟାଇବା ପାଇଁ ମୋଦି ଦୃଢ ସଙ୍କଳ୍ପ ନେଇଛନ୍ତି । ଏହାସହ ମୋଦିଙ୍କୁ 'ପ୍ରମୁଖ ବିଭାଜକ' ଦର୍ଶାଇଥିବା ଆମେରିକାର ଲୋକପ୍ରିୟ ପତ୍ରିକା ଟାଇମ ମାଗାଜିନ ବାବଦରେ ସାମନାର ସମ୍ପାଦକୀୟରେ ଉଲ୍ଲେଖ କରାଯାଇଛି । ଡିଭାଇଡର ଇନ୍‌ ଚିଫ ଲେଖିଥିବା ମାଗାଜିନ ଏବେ ୟୁ-ଟର୍ଣ୍ଣ ନେଇ ମୋଦି ଦେଶକୁ ଯୋଡୁଥିବା ସବୁଠୁ ବଡ଼ ନେତା ବୋଲି ଲେଖିଛି ।

For All Latest Updates

ABOUT THE AUTHOR

...view details