ଓଡିଶା

odisha

ମହାରାଷ୍ଟ୍ରରେ ଅଣାୟତ ମହାମାରୀ, କେନ୍ଦ୍ରକୁ ଦୋଷ ଦେଲା ଶିବସେନା

କୋରୋନା ଉପରେ ଲଗାମ ଲଗାଇବାରେ ବିଫଳ ମହାରାଷ୍ଟ୍ର ସରକାର କେନ୍ଦ୍ର ଉପରେ ଲଦିବାରେ ଲାଗିଛନ୍ତି ସମସ୍ତ ଦୋଷ । ଆମେ କିପରି କୋରୋନା ବିରୋଧରେ ଯୁଦ୍ଧ ଲଢିବୁ ବୋଲି ପ୍ରଶ୍ନ କରିଛନ୍ତି ସଞ୍ଜୟ ରାଉତ । ଅଧିକ ପଢନ୍ତୁ...

By

Published : Sep 17, 2020, 5:35 PM IST

Published : Sep 17, 2020, 5:35 PM IST

ମହାରାଷ୍ଟ୍ରରେ ଅଣାୟତ ମହାମାରୀ, କେନ୍ଦ୍ର ଉପରେ ଦୋଷ ଲଦିଲା ଶିବସେନା
ମହାରାଷ୍ଟ୍ରରେ ଅଣାୟତ ମହାମାରୀ, କେନ୍ଦ୍ର ଉପରେ ଦୋଷ ଲଦିଲା ଶିବସେନା

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଅଣାୟତ ହୋଇଛି ମହାମାରୀ କୋରୋନା । ଦିନକୁ ଦିନ ବଢିଚାଲିଛି କୋରୋନା ସଂକ୍ରମଣ । ତେବେ ଏହି ସଂକ୍ରମଣକୁ ରୋକିବା ପାଇଁ ରଣନୀତି ପରିବର୍ତ୍ତେ ରାଜନୀତିରେ ମାତିଛନ୍ତି ମହାରାଷ୍ଟ୍ର ସରକାର । କୋରୋନା ଉପରେ ଲଗାମ ଲଗାଇବାରେ ବିଫଳ ମହାରାଷ୍ଟ୍ର ସରକାର କେନ୍ଦ୍ର ଉପରେ ଲଦିବାରେ ଲାଗିଛନ୍ତି ସମସ୍ତ ଦୋଷ ।

ମହାରାଷ୍ଟ୍ରକୁ 2500 କୋଟି ଟଙ୍କାର ଆର୍ଥିକ ସହାୟତା ଆବଶ୍ୟକ ଥିବା ବେଳେ କେନ୍ଦ୍ର ସରକାର ଏହା ପ୍ରଦାନ ନକରୁଥିବା ଅଭିଯୋଗ କରିଛନ୍ତି ଶିବସେନା ସାଂସଦ ତଥା ଦଳର ମୁଖ୍ୟ ମୁଖପାତ୍ର ସଞ୍ଜୟ ରାଉତ । ତେବେ ଏପରି ସ୍ଥିତିରେ ଆମେ କିପରି କୋରୋନା ବିରୋଧରେ ଯୁଦ୍ଧ ଲଢିବୁ ବୋଲି ପ୍ରଶ୍ନ କରିଛନ୍ତି ସଞ୍ଜୟ ।

କେବଳ ଏତିକି ନୁହେଁ, କୋରୋନା ସଙ୍କଟ ସମୟରେ କଟାକ୍ଷ କରିବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି ଶିବସେନା ସାଂସଦ । ରାଉତ କେନ୍ଦ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲଙ୍କ 'ଭାଭିଜୀ ପାମ୍ପଡ' ବୟାନକୁ ନେଇ କଟାକ୍ଷ କରିଛନ୍ତି । ଏତେ ଲୋକ କଣ ଭାଭିଜୀ ପାମ୍ପଡ ଖାଇ କୋରୋନାରୁ ସୁସ୍ଥ ହୋଇଗଲେ କି ବୋଲି ସଂସଦରେ ପ୍ରଶ୍ନ କରିଛନ୍ତି ସଞ୍ଜୟ ।

ABOUT THE AUTHOR

...view details