ମୁମ୍ବାଇ: ଏ କେମିତିକା ଯୁକ୍ତି ! ଏକ ଶବ ଶୋଭାଯାତ୍ରାରେ ସର୍ଵାଧିକ 20ଜଣ ଲୋକ ସାମିଲ୍ ହେଵେ। ସାମାଜିକ ଦୂରତା ଅବଲମ୍ବନ କରି ଶବଦାହ କରିବେ। କିନ୍ତୁ ଗୋଟିଏ ମଦ ଦୋକାନ ସାମ୍ନାରେ ମଦ କିଣିବାକୁ 1000 ଲୋକ ଟଣାଭିଡା ହୋଇ ପାରିଵେ। ସାମାଜିକ ଦୂରତା ପ୍ରତିବନ୍ଧକ ମାନିଵା ବି ଆଵଶ୍ୟକ ନାହିଁ। ଏ କେଉଁ ଭଳି ନିୟମ ? କେମିତିକା ନିଷ୍ପତ୍ତି ? ଦାହ ହେଵାକୁ ଯାଉଥିବା ଶବ ଦେହରେ ଜୀବନ ନଥାଏ ପରନ୍ତୁ ମଦ ଦୋକାନରେ କଣ ଜୀବନ ଥାଏ ? ଵୋଲି ଟ୍ୟୁଇଟର୍ ମାଧ୍ୟମରେ ପ୍ରଶ୍ନ କରିଛନ୍ତି ଶିଵସେନା ନେତା ସଞ୍ଜୟ ରାଉତ୍। ସେ କଟାକ୍ଷ କରି କହିଛନ୍ତି ଯେ, ସାମ୍ପ୍ରତିକ ଶିକ୍ଷିତ ତଥା ମାର୍ଜିତ ସମାଜରେ କୌଣସି ସରକାରୀ ନିଷ୍ପତ୍ତି ଯେଵେ ଠିକ୍ ଢଙ୍ଗରେ ପର୍ଯ୍ୟଵେଷିତ ନହୁଏ-ସମାଲୋଚନା ହେଵା ଥୟ ! କେନ୍ଦ୍ରର ଏକ ନିଷ୍ପତ୍ତିକୁ ଏଵେ ସିଧା ଟାର୍ଗେଟ୍ କରିଛି ଶିଵସେନା। ଏ ବାବଦରେ ଶିବସେନା ପକ୍ଷରୁ ଶ୍ରୀ ରାଉତ ଏକ ଟ୍ୟୁଇଟ୍ କରିଥିଲେ। ଯାହା କ୍ରମଶଃ ଭାଇରାଲ୍ ହେଉଛି।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ଗୃହ ମନ୍ତ୍ରଣାଳୟ (MHA)ର ଯୁଗ୍ମ ସଚିବ ପୁଣିଆ ସାଲିଲା ଶ୍ରୀବାସ୍ତବ ପୂର୍ବରୁ ଘୋଷଣା କରିଥଲେ ଯେ, ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ବିବାହ କାର୍ଯ୍ୟକ୍ରମରେ 50 ରୁ ଅଧିକ ବ୍ୟକ୍ତିଙ୍କୁ ସମାବେଶ ପାଇଁ ଅନୁମତି ଦିଆଯାଇନଥାଏ ଏବଂ ଶଵ ଶୋଭାଯାତ୍ରା ବା ଶଵଦାହ କାର୍ଯ୍ୟରେ 20 ରୁ ଅଧିକ ବ୍ୟକ୍ତି ଅନୁମତି ପାଇନଥିଲେ। ତେଵେ ମଦର ଖୋଲାଖୋଲି ବେଆଇନ ବିକ୍ରି ଉପରେ ଆଙ୍ଗୁଠି ଦେଖେଇଛି ଶିବସେନା।