ମୁମ୍ବାଇ: କୋଭିଡ-19 ସଙ୍କଟ ମଧ୍ୟରେ ମହାରାଷ୍ଟ୍ରରେ ମନ୍ଦିର ଖୋଲିବା ନେଇ ସୋମବାର ଶିବସେନା ବିଜେପିକୁ ଟାର୍ଗେଟ କରିଛି । ଏହାସହ ପ୍ରଶ୍ନ କରିଛନ୍ତି ଯେ ଯଦି କୋରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଏ ତେବେ ଏହାର ଦାୟିତ୍ବ ଏନଡିଏ ଗ୍ରହଣ କରିବ କି । ଗତ ସପ୍ତାହରେ ମହାରାଷ୍ଟ୍ରରେ ବିରୋଧୀ ବିଜେପି ଧାର୍ମିକସ୍ଥଳୀ ଖୋଲିବାକୁ ଦାବି କରି ରାଜ୍ୟର କିଛି ଅଞ୍ଚଳରେ ମନ୍ଦିର ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା।
ବିରୋଧୀଦଳ ନେତା ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ସାମାଜିକ ଦୂରତାକୁ କିପରି ପାଳନ କରାଯିବ ତାହା ଲୋକେ ବୁଝନ୍ତି । ଶିବସେନା ଫଡନାଭିସଙ୍କୁ ଟାର୍ଗେଟ କରି ଆଦର୍ଶର ଉଲଂଘନ ହୋଇଥିବା କହିଥିଲେ । ତେଣୁ ଦାବି ଉଠାଇବା ପୂର୍ବରୁ ବିରୋଧୀଦଳର ନେତାମାନେ ପ୍ରଥମେ ମହାରାଷ୍ଟ୍ରର ପରିସ୍ଥିତି ବୁଝିବା ଉଚିତ ବୋଲି କୁହାଯାଇଛି।
ଯଦି ପୁନର୍ବାର କୋଭିଡ-19 ସଂକ୍ରମଣ ବଢେ ତେବେ ବିରୋଧୀ ଦଳ ଦାୟିତ୍ବ ଗ୍ରହଣ କରିବେ କି ? ପାର୍ଟି ମୁଖପାତ୍ର ‘ସାମନା’ରେ ଏକ ସମ୍ପାଦକୀୟରେ ଏହି ପ୍ରଶ୍ନ କରାଯାଇଛି । ବିଜେପିର ବିରୋଧ ‘ଧାର୍ମିକ କିମ୍ବା ରାଜନୈତିକ’ ବୋଲି ପ୍ରଶ୍ନ ଉଠିଥିଲା । ଏହାସହ ବିରୋଧୀଦଳର ନେତାମାନେ ପ୍ରଥମେ ବୁଝିବା ଉଚିତ୍ କି ମନ୍ଦିର ବନ୍ଦ ରହିବାର ଆବଶ୍ୟକତା ରହିଛି ।