ଓଡିଶା

odisha

ETV Bharat / bharat

କମ ଆସନ ଜିତି ମୁଖ୍ୟମନ୍ତ୍ରୀ ପାଇଁ ବିଳିବିଳି ହେଉଛି ଶିବସେନା: ଗୌତମ ଗମ୍ଭୀର

ମହାରାଷ୍ଟ୍ରରେ ଶିବସେନା ସରକାର ଗଠନ କରିବାକୁ ଯାଉଥିବା ବେଳେ, ମୁଖ୍ୟମନ୍ତ୍ରୀ ଗାଦି ହାତେଇବାକୁ ମନ ବଳାଇଛି । ମାତ୍ର ଏ ପ୍ରସଙ୍ଗରେ ଶିବସେନାକୁ ଟାର୍ଗେଟ କରିଛନ୍ତି ବିଜେପିର ଲୋକସଭା ସାଂସଦ ଗୌତମ ଗମ୍ଭୀର ।

ଶିବସେନା

By

Published : Nov 11, 2019, 7:55 PM IST

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ମହାନାଟକରେ ଯବନିକା ପଡିବାକୁ ଯାଉଛି । ରାଜ୍ୟରେ ଶିବସେନା ସରକାର ଗଢିବାକୁ ଯାଉଥିବା ବେଳେ, ମୁଖ୍ୟମନ୍ତ୍ରୀ ଗାଦି ହାତେଇବାକୁ ମନ ବଳାଇଛି । ମେଣ୍ଟ ସହଯୋଗୀ ଶିବସେନାର ଏପରି ଆଭିମୁଖ୍ୟ ଟାର୍ଗେଟ କରିଛନ୍ତି ବିଜେପିର ଲୋକସଭା ସାଂସଦ ଗୌତମ ଗମ୍ଭୀର ।

ଏନେଇ ସେ କହିଛନ୍ତି, "ମହାରାଷ୍ଟ୍ର ବିଧାନସଭାର ମୋଟ 288 ଆସନରୁ 56 ସିଟରେ ଜିତିଛି ଶିବସେନା । ଆବଶ୍ୟକୀୟ ବହୁମତ ନଥାଇ ରାଜ୍ୟରେ ଶାସନ ଗାଦି ହାସଲ କରିବାକୁ ଶିବସେନାର ଉଦ୍ୟମ ଦିବାସ୍ବପ୍ନ ଭଳି । ବିଜେପି ଏବଂ ଶିବସେନା ପରସ୍ପର ମଧ୍ୟରେ ମେଣ୍ଟ କରି ନିର୍ବାଚନ ଲଢିଥିଲେ। ଜନତା ମଧ୍ୟ ମେଣ୍ଟକୁ ସରକାର ଗଠନ ପାଇଁ ଆବଶ୍ୟକୀୟ ଜନମତ ପ୍ରଦାନ କରିଥିଲେ । ହେଲେ ଏହାକୁ ଅପମାନ କରିଛନ୍ତି ସେମାନେ । ମାତ୍ର 56ଟି ଆସନ ଜିତି ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଳି ବିଳି ହେଉଛି ଶିବସେନା । ୟାହା ଅସମ୍ଭବ । କ୍ଷମତା ହାସଲ କରିବାକୁ କରିବାକୁ ସେମାନେ ଶେଷ ସ୍ତରକୁ ଚାଲିଯିବା ସହ, କଳେବଳେ କୌଶଳେ ସରକାର ଗଢିବାକୁ ଚାହୁଁଛନ୍ତି । ଯାହା ବିରୋଧରେ ନିର୍ବାଚନ ଲଢିଥିଲେ, ବର୍ତ୍ତମାନ ତାଙ୍କ ସହ ମେଣ୍ଟ ଶାସନ ଗାଦି ଉଦ୍ୟମ କରୁଛି ଶିବସେନା । "

ଏହାସହିତ ଗମ୍ଭୀର ପୁଣି କହିଛନ୍ତି, "ମହାରାଷ୍ଟ୍ରରେ ବିଜେପି ଏବେ ମଧ୍ୟ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ରହିଛି । ବିଗତ 5 ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ରାଜ୍ୟ ପାଇଁ ବହୁତ କିଛି କରିଛନ୍ତି। ଆଗାମୀ ଦିନରେ ମହାରାଷ୍ଟ୍ରରେ ବିଜେପି ନିଜର ଶକ୍ତି ପ୍ରଦର୍ଶନ କରିବ। "

ଶିବସେନାର କୂଟନୀତିକୁ ଦିଲ୍ଲୀ ସାଂସଦଙ୍କ କଟାକ୍ଷ

ABOUT THE AUTHOR

...view details