ଓଡିଶା

odisha

ETV Bharat / bharat

କୃଷି ଅଧ୍ୟାଦେଶକୁ ବିରୋଧ, ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ହରସିମରତ କୌର

କୃଷି ଅଧ୍ୟାଦେଶକୁ ବିରୋଧ କରି ବିଜେପିର ସହଯୋଗୀ ଅକାଳୀ ଦଳ ପକ୍ଷରୁ ମୋଦି କ୍ୟାବିନେଟରେ ମନ୍ତ୍ରୀ ଥିବା ହରସିମରତ କୌର ବାଦଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଅଧିକ ପଢନ୍ତୁ...

By

Published : Sep 17, 2020, 8:58 PM IST

Updated : Sep 17, 2020, 9:42 PM IST

ମୋଦି ସରକାରଙ୍କୁ ଝଟକା, କୃଷି ଅଧ୍ୟାଦେଶକୁ ବିରୋଧ କରି ମନ୍ତ୍ରୀ ହରସିମରତ କୌରଙ୍କ ଇସ୍ତଫା
ମୋଦି ସରକାରଙ୍କୁ ଝଟକା, କୃଷି ଅଧ୍ୟାଦେଶକୁ ବିରୋଧ କରି ମନ୍ତ୍ରୀ ହରସିମରତ କୌରଙ୍କ ଇସ୍ତଫା

ନୂଆଦିଲ୍ଲୀ: କୃଷି ସମ୍ବନ୍ଧୀୟ ଅଧ୍ୟାଦେଶ ଆଣିଥିବା ମୋଦି ସରକାରଙ୍କୁ ବଡ ଝଟକା । କୃଷି ଅଧ୍ୟାଦେଶକୁ ବିରୋଧ କରି ବିଜେପିର ସହଯୋଗୀ ଅକାଳୀ ଦଳ ପକ୍ଷରୁ ମୋଦି କ୍ୟାବିନେଟରେ ମନ୍ତ୍ରୀ ଥିବା ହରସିମରତ କୌର ବାଦଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

କୃଷି ଅଧ୍ୟାଦେଶକୁ ବିରୋଧ, ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ହରସିମରତ କୌର

କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରସିମରତ କୌର ବାଦଲ ମୋଦି ସରକାରରେ ଅକାଳୀ ଦଳର ଏକମାତ୍ର ମନ୍ତ୍ରୀ ଥିଲେ । ଅକାଳୀ ଦଳ ବିଜେପି ସର୍ବପୁରାତନ ସହଯୋଗୀ ଦଳ । ଇସ୍ତଫା ଦେବା ପରେ ହରସିମରତ କହିଛନ୍ତି, ମୁଁ ଚାଷୀ ବିରୋଧୀ ଅଧ୍ୟାଦେଶ ଓ ଆଇନକୁ ବିରୋଧ କରି କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଛି । ଚାଷୀଙ୍କ ସହ ସେ କାନ୍ଧରେ କାନ୍ଧରେ ମିଶାଇ ଛିଡା ହୋଇଥିବା ବାଦଲ ନିଜ ଟ୍ବିଟରେ ଲେଖିଛନ୍ତି ।

କୃଷି ଅଧ୍ୟାଦେଶକୁ ନେଇ ବିଜେପି ନେତୃତ୍ବାଧିନ ଏନଡିଏରେ ଫାଟ ସୃଷ୍ଟି ହୋଇଛି । ଏହାପୂର୍ବରୁ ଅକାଳୀ ଦଳ ନେତା ସୁଖବୀର ସିଂହ ବାଦଲ ଲୋକସଭାରେ ଏହି ଅଧ୍ୟାଦେଶକୁ ବିରୋଧ କରିବା ସହ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ ମୋଦି ସରକାରରୁ ଇସ୍ତଫା ଦେବେ ବୋଲି ଚତାବନୀ ଦେଇଥିଲେ ।

କୃଷି ସମ୍ପର୍କିତ ବିଲ ଉପରେ ଆଲୋଚନାରେ ଅଂଶଗ୍ରହଣ କରି ସୁଖବୀର ବାଦଲ କହିଛନ୍ତି, ଶିରୋମଣି ଅକାଳୀ ଦଳ ଚାଷୀଙ୍କ ଦଳ । ଏଣୁ ମୁଁ ଏହି କୃଷି ବିଲ୍‌କୁ ବିରୋଧ କରୁଛି । ଲୋକସଭାରେ ହୋଇଥିବା ଆଲୋଚନା ସମୟରେ କଂଗ୍ରେସର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ସେ କହିଛନ୍ତି ଯେ ଶିରୋମଣି ଅକାଳୀ ଦଳ କେବେ ବି ୟୁ-ଟର୍ଣ୍ଣ ନେଇ ନାହାଁନ୍ତି ।

ସୁଖବୀର ଆହୁରି ମଧ୍ୟ କହିଛନ୍ତି ଯେ ଖାଦ୍ୟ ପ୍ରସଙ୍ଗରେ ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ପଞ୍ଜାବର କୃଷକମାନେ ଯଥେଷ୍ଟ ସହଯୋଗ କରିଛନ୍ତି। ପଞ୍ଜାବର ସରକାରମାନେ କୃଷି ଭିତ୍ତିଭୂମି ପ୍ରସ୍ତୁତ କରିବା ପାଇଁ କଠିନ ପରିଶ୍ରମ କରିଥିଲେ, କିନ୍ତୁ ଏହି ନିୟମ ସେମାନଙ୍କର 50 ବର୍ଷର ପରିଶ୍ରମକୁ ମାଟିରେ ମିଶାଇଦେବ । ଏଥିପାଇଁ ଏହି ବିଲ୍‌କୁ ବିରୋଧ କରି ହରସିମରତ କୌର ମନ୍ତ୍ରୀପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ ଅକାଳୀ ଦଳର ନେତା ।

Last Updated : Sep 17, 2020, 9:42 PM IST

ABOUT THE AUTHOR

...view details