ସିମଲା: ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର କରି ଛୁଟି କାଟିଲେ ମନ ସତେଜ ଲାଗିଥାଏ । ଆଉ କାମରେ ମଧ୍ୟ ମନ ଲାଗିଥାଏ । ସେଥିପାଇଁ ଲୋକେ ଚିନ୍ତାଗ୍ରସ୍ତ ଜୀବନରୁ କିଛି ଘଣ୍ଟା ଏମିତି ସ୍ଥାନରେ ବିତେଇବାକୁ ପସନ୍ଦ କରନ୍ତି ଯେଉଁଠି ତାଙ୍କୁ ଟିକେ ମାନସିକ ଶାନ୍ତି ମିଳିବ । ତେବେ ଆପଣ ବିଜି ଲାଇଫରେ ଛୁଟି କାଟିବାକୁ ଚାହୁଁଥିଲେ ବୁଲିଯାନ୍ତୁ କିଛି ପିକନିକ ସ୍ଥାନକୁ ।
ଭାରତରେ ଅନେକ ଭ୍ରମଣୀୟ ସ୍ଥାନ ରହିଛି । ଯାହା ଅତି ସୁନ୍ଦର ତଥା ମନମୁଗ୍ଧକର । ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ନୈସର୍ଗିକ ପରିବେଶ ମନ ଓ ପ୍ରାଣ ହାଲୁକା କରିଥାଏ । ଯେଉଁଠିକୁ ଗଲେ ଆପଣ ପ୍ରକୃତି ସହ ସମ୍ପୂର୍ଣ୍ଣ ଭାବେ ହଜିଯିବେ । ସେଥିମଧ୍ୟରୁ ଅନ୍ୟତମ ସ୍ଥାନ ହେଉଛି ପାହାଡି ରାଜ୍ୟ ହିମାଚଳ ପ୍ରଦେଶ । ଯେଉଁଠି ପ୍ରକୃତି ତାର ଅନନ୍ୟ ସୌନ୍ଦର୍ଯ୍ୟ ଅଜାଡି ଦେଇଛି । ସୋଲନ ଜିଲ୍ଲା ଠାରୁ 30 କିଲୋମିଟର ଦୂରରେ ରହିଛି ସାଧୁପୁଲ । ଯେଉଁଠି ଏବେ ପର୍ଯ୍ୟଟକଙ୍କ ବେଶ ଭିଡ ପରିଲିକ୍ଷିତ ହେଉଛି । ଲୋକମାନେ ସେଠି ଥିବା ନଦୀ କୂଳରେ ବସି ହିମାଚଳର ପ୍ରକୃତିକ ଦୃଶ୍ୟକୁ ଉପଭୋଗ କରୁଛନ୍ତି ।