ଓଡିଶା

odisha

By

Published : Dec 16, 2019, 2:14 PM IST

ETV Bharat / bharat

ଭୋଟ ଦେଲେ ଶିବୁ ସୋରେନ୍

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସଭାପତି ଶିବୁ ସୋରେନ୍ ଭୋଟ ଦେଇଛନ୍ତି । ରାଜ୍ୟରେ ତାଙ୍କ ଦଳ ସରକାର ଗଢିବା ନେଇ ମଧ୍ୟ ଦୃଢୋକ୍ତି ପ୍ରକାଶ କରିଛନ୍ତି ଶିବୁ ସୋରେନ ।

shibu-soren
shibu-soren

ରାଞ୍ଚି: ମତଦାନ ପ୍ରକିୟାରେ ସାମିଲ ହୋଇଛନ୍ତି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସଭାପତି ତଥା ଦୀସୋମ ଗୁରୁ ଶିବୁ ସୋରେନ୍ । ସନ୍ତ ଜାଭିୟର ସ୍କୁଲର ବୁଥ ନଂ 331ରେ ସେ ମତଦାନ କରିଛନ୍ତି । ତାଙ୍କ ସହିତ କୃଷକ ମୋର୍ଚ୍ଚା ସଭାପତି ମଣ୍ଟୁ ଯାଦବ ମଧ୍ୟ ଉପସ୍ଥିତ ରହିଛନ୍ତି ।

ଭୋଟ ଦେଲେ ଶିବୁ ସୋରେନ୍

ଆଜି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଥିବାବେଳେ 15ଟି ଆସନରେ ଜାରି ରହିଛି ମତଦାନ ପ୍ରକ୍ରିୟା । ରାଜ୍ୟରେ ନିଶ୍ଚିତ ଜେଏମଏମ ସରକାର ଗଠନ କରିବ ବୋଲି ଭୋଟଦେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଶିବୁ ସୋରେନ ।

ABOUT THE AUTHOR

...view details