ଓଡିଶା

odisha

ETV Bharat / bharat

କୋରୋନା କବଳରେ ଜେଏମଏମ ସୁପ୍ରିମୋ ଶିବୁ ସୋରେନ ଓ ତାଙ୍କ ପତ୍ନୀ

ଶୁକ୍ରବାର ଦିନ ଜେଏମଏମ ସୁପ୍ରିମୋ ଶିବୁ ସୋରେନ କୋରୋନା ସଂକ୍ରମିତ । ପତ୍ନୀ ରୂପି ସୋରେନ ମଧ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଛି। ଶିବୁ ସୋରେନ୍ ପୂର୍ବରୁ କୋଭିଡ ଟେଷ୍ଟ କରିଥିଲେ ହେଲେ ସେତେବେଳେ ତାଙ୍କ ରିପୋର୍ଟ ନେଗେଟିଭ ରହିଥିଲା । ଅଧିକ ପଢନ୍ତୁ...

ଜେଏମଏମ ସୁପ୍ରିମୋ ଶିବୁ ସୋରେନ କୋରୋନା ପଜିଟିଭ
ଜେଏମଏମ ସୁପ୍ରିମୋ ଶିବୁ ସୋରେନ କୋରୋନା ପଜିଟିଭ

By

Published : Aug 22, 2020, 9:11 AM IST

ରାଞ୍ଚି: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ସୁପ୍ରିମୋ ତଥା ରାଜ୍ୟସଭା ସାଂସଦ ଶିବୁ ସୋରେନ କୋରୋନା ପଜିଟିଭ । ସାଂସଦଙ୍କ ପତ୍ନୀ ରୂପୀ ସୋରେନ ମଧ୍ୟ କୋରୋନା ସଂକ୍ରମିତ ହୋଇଛନ୍ତି । ଗତ କିଛି ଦିନ ଧରି ସୋରେନ ଅସୁସ୍ଥ ଥିବାରୁ କୋଭିଡ ଟେଷ୍ଟ କରାଇଥିଲେ। ଶୁକ୍ରବାର ସନ୍ଧ୍ୟା ସମୟରେ ପତି ପତ୍ନୀ ଉଭୟ ସଂକ୍ରମିତ ବୋଲି ରିପୋର୍ଟ ଆସିଛି । ତେବେ ଏହା ପୂର୍ବ ମଧ୍ୟ ସେ କୋରୋନା ପରୀକ୍ଷା କରିଥିଲେ ହେଲେ ସେତେବେଳେ ରିପୋର୍ଟ ନେଗେଟିଭ ଆସିଥିଲା । ଶିବୁ ସୋରେନଙ୍କ ବୟସ 76 ବର୍ଷ ।

ଶିବୁ ସୋରେନ ତାଙ୍କ ପତ୍ନୀ ରୂପୀ ସୋରେନଙ୍କ ସହିତ ମୋରହାବାଦିରେ ରହୁଛନ୍ତି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କୁ କୌଣସି ଡାକ୍ତରଖାନାରେ ଭର୍ତ୍ତି କରାଯାଇ ନଥିଲା। ତାଙ୍କ ପୁଅ ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କାଙ୍କେ ରୋଡରେ ଥିବା ତାଙ୍କ ବାସଭବନରେ ରୁହନ୍ତି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଗତ 3 ଦିନ ଧରି ହୋମ କ୍ବାରେଣ୍ଟାଇନରେ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା କୋରୋନା ସଂକ୍ରମିତ ହେବା ପର ଠାରୁ ସିଏମ୍ ହୋମ୍ କ୍ୟାରେଣ୍ଟାଇନରେ । ସ୍ୱାସ୍ଥ୍ୟ ବିଭାଗର ଗାଇଡ୍ ଲାଇନ୍ ଅନୁଯାୟୀ ସୋମବାର ସେମାନଙ୍କର ଯାଞ୍ଚ ସମ୍ଭବ । ସେମାନଙ୍କ ସହ ସୋମବାର କ୍ୟାବିନେଟ ମନ୍ତ୍ରୀମାନଙ୍କୁ ମଧ୍ୟ ପରୀକ୍ଷା କରାଯାଇପାରିବ। ଯେଉଁ ଦିନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୋଭିଡ -19 ରିପୋର୍ଟ ଆସିଥିଲା, ସେ କ୍ୟାବିନେଟ ବୈଠକରେ ଯୋଗ ଦେଇଥିଲେ । ମନ୍ତ୍ରୀ ମିଥାଇଲେଶ ଠାକୁରଙ୍କ ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ କ୍ୟାବିନେଟ ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details