ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜଣେ ମେଷପାଳକଙ୍କୁ କୋରୋନା ହେବା ପରେ କ୍ବାରେଣ୍ଟାଇନରେ 43 ମେଣ୍ଢା । ରାଜ୍ୟର ତାଲୁକ ଅଞ୍ଚଳର ଗୋଡେରେକେ ଗୋଲାରାହାଟିରେ ଏହି ଘଟଣା ଘଟିଛି । ମେଣ୍ଢାଙ୍କ କୋଭିଡ ଟେଷ୍ଟ କରି ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳ ଜେ ସି ମଧୁସ୍ବାମୀ ଜିଲ୍ଲା ପ୍ରଶାସନ ଏବଂ ପଶୁପାଳନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ଗାଁରେ ରହସ୍ୟମୟ ଭାବରେ 5ଟି ମେଣ୍ଢାଙ୍କ ମୃତଦେହ ମିଳିବା ପରେ ଏହି ପଦକ୍ଷେପ ନିଆଯାଇଥିଲା । ସଂକ୍ରମିତ ବ୍ୟକ୍ତିଙ୍କର ସମସ୍ତ 43 ମେଣ୍ଢାଙ୍କୁ ଅଲଗା ଭାବରେ ଜାକାନାହଲ୍ଲୀର ଏକ ସ୍ଥାନରେ ରଖାଯାଇଛି ।