ନୂଆଦିଲ୍ଲୀ: ଗାନ୍ଧୀ ପରିବାରର ନିକଟତର ଥିବା ଶୀଲା ଦୀକ୍ଷିତଙ୍କର ଶନିବାର ଦେହାନ୍ତ ଘଟିଛି । ତାଙ୍କ ବିୟୋଗରେ ରାଜନୈତିକ କ୍ଷେତ୍ରରେ ଶୋକର ଛାୟା ଖେଳିଯାଇଛି । ଶନିବାର ସନ୍ଧ୍ୟା 6 ଟାସମୟରେ ତାଙ୍କ ପାର୍ଥିବ ଶରୀରର ଅନ୍ତିମ ଦର୍ଶନ ପାଇଁ ନିଜାମୁଦ୍ଦୀନସ୍ଥିତ ବାସଭବନକୁ ଅଣାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ଓମ ବିର୍ଲା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ ସମେତ ଅନେକ ବରିଷ୍ଠ ନେତା ଶୀଲା ଦୀକ୍ଷିତଙ୍କ ପାର୍ଥିବ ଶରୀରର ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ନିଗମ ବୋଧ ଘାଟରେ ଶୀଲାଙ୍କ ଅନ୍ତିମ ସଂସ୍କାର, 2 ଦିନ ପାଳନ ହେବ ରାଷ୍ଟ୍ରୀୟ ଶୋକ - ନିଗମ ବୋଧ ଘାଟରେ ଶୀଲା ଦୀକ୍ଷିତଙ୍କ ଅନ୍ତିମ ସଂସ୍କାର
ଦିଲ୍ଲୀର ନିଗମ ବୋଧ ଘାଟରେ ରବିବାର ଶୀଲା ଦୀକ୍ଷିତଙ୍କ ଅନ୍ତିମ ସଂସ୍କାର କରାଯିବ । ତାଙ୍କର ପାର୍ଥିବ ଶରୀରକୁ ନିଜାମୁଦ୍ଦୀନସ୍ଥିତ ବାସଭବନରେ ରବିବାର ପୂର୍ବାହ୍ଣ ୧୧ଟା ୩୦ ପର୍ଯ୍ୟନ୍ତ ଅନ୍ତିମ ଦର୍ଶନ ପାଇଁ ରଖାଯିବ ।
ତେବେ ଦିଲ୍ଲୀର ନିଗମ ବୋଧ ଘାଟରେ ରବିବାର ଶୀଲା ଦୀକ୍ଷିତଙ୍କ ଅନ୍ତିମ ସଂସ୍କାର କରାଯିବ । ତାଙ୍କର ପାର୍ଥିବ ଶରୀରକୁ ନିଜାମୁଦ୍ଦୀନସ୍ଥିତ ବାସଭବନରେ ରବିବାର ପୂର୍ବାହ୍ଣ ୧୧ଟା ୩୦ ପର୍ଯ୍ୟନ୍ତ ଅନ୍ତିମ ଦର୍ଶନ ପାଇଁ ରଖାଯିବ । ଏହାପରେ ପ୍ରାୟ 12 ଟା ସମୟରେ ତାଙ୍କ ପାର୍ଥିବ ଶରୀରକୁ କଂଗ୍ରେସ କାର୍ଯ୍ୟାଳୟ ନିଆଯିବ । ସେଠାରେ କଂଗ୍ରେସ ନେତା ଅବଂ ଅନ୍ୟମାନେ ଶୀଲାଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ । ଏହାପରେ ପାର୍ଥିବ ଶରୀରକୁ ନିଗମ ବୋଧ ଘାଟ ନିଆଯିବ । ସେଠାରେ 2 ଟା 30 ସମୟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।
ସେପଟେ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର ଶୀଲାଙ୍କ ବିୟୋଗରେ 2 ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରିବାକୁ ଘୋଷଣା କରିଛନ୍ତି ।
TAGGED:
sheila-dikshit last-rites