ଓଡିଶା

odisha

ETV Bharat / bharat

ଉଦ୍‌ଘାଟନ ପୂର୍ବରୁ ବର୍ଷାରେ ଭାସିଗଲା ସେତୁ - ବର୍ଷାରେ ଭାସିଗଲା ସେତୁ

ମଧ୍ୟପ୍ରଦେଶର ସିବନି ଜିଲ୍ଲା ସୁନୱାରା ଗାଁର ୱେନଗଙ୍ଗା ନଦୀ ଉପରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ସେତୁ ପ୍ରବଳ ବର୍ଷା ହେତୁ ଭାସିଯାଇଛି।

ଉଦ୍‌ଘାଟନ  ପୂର୍ବରୁ ବର୍ଷାରେ ଭାସିଗଲା ସେତୁ
ଉଦ୍‌ଘାଟନ ପୂର୍ବରୁ ବର୍ଷାରେ ଭାସିଗଲା ସେତୁ

By

Published : Aug 30, 2020, 9:44 PM IST

ଭୋପାଲ: ମଧ୍ୟପ୍ରଦେଶର ସିବନି ଜିଲ୍ଲାରେ ଦୁର୍ନୀତିର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଯେଉଁଠି କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏକ ସେତୁ ଉଦ୍‌ଘାଟନ ପୂର୍ବରୁ ଭାସି ଯାଇଛି । ସିବନି ଜିଲ୍ଲା ସୁନୱାରା ଗାଁର ୱେନଗଙ୍ଗା ନଦୀ ଉପରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ସେତୁ ପ୍ରବଳ ବର୍ଷା ହେତୁ ଭାସିଯାଇଛି। ଆଶ୍ଚର୍ଯ୍ୟର କଥା ହେଉଛି ଏହି ସେତୁ ପ୍ରାୟ ଏକ ମାସ ପୂର୍ବରୁ ଆରମ୍ଭ ହୋଇଥିଲା ଏବଂ ଏହା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ହୋଇନଥିଲା।

ଉଦ୍‌ଘାଟନ ପୂର୍ବରୁ ବର୍ଷାରେ ଭାସିଗଲା ସେତୁ

ତେବେ ଭଙ୍ଗା ସେତୁର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଠାରେ ନଦୀର ଜଳ ସ୍ତର ମଧ୍ୟରେ ଭଙ୍ଗା ସେତୁ ଦୃଶ୍ୟମାନ ହେଉଛି । ଏହି ସେତୁ 3 କୋଟି 7 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ସେତୁ ନିର୍ମାଣ 1 ସେପ୍ଟେମ୍ବର 2018 ରେ ଆରମ୍ଭ ହୋଇଥିଲା । ନିର୍ମାଣ କାର୍ଯ୍ୟ ଶେଷ ହେବାର ତାରିଖ 30 ଅଗଷ୍ଟରେ ଧାର୍ଯ୍ୟ କରାଯାଇଥିଲା । ତେବେ ସମୟ ପୂର୍ବରୁ ଏହି ସେତୁ ନିର୍ମାଣ ହୋଇସାରିଥିଲା ​​ଏବଂ ଗାଁର ଲୋକମାନେ ମଧ୍ୟ ପ୍ରାୟ ଏକ ମାସ ଧରି ଏହାକୁ ବ୍ୟବହାର କରୁଥିଲେ । ତେବେ ଏହି ଘଟଣାରେ କଲେକ୍ଟର ରାହୁଲ ହରିଦାସ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ତିନି ଦିନ ଧରି ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଭୀମଗଡ ଡ୍ୟାମର ସମସ୍ତ 10 ଟି ଗେଟ୍ ଖୋଲା ଯାଇଥିଲା। ଜଳ ପ୍ରବାହ ଏତେ ଦ୍ରୁତ ଗତିରେ ଥିଲା ଯେ ସେତୁର ପ୍ରାୟ 10 ଫୁଟ ଉପର ଜଳ ପ୍ରବାହିତ ହେଉଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details