ଓଡିଶା

odisha

ETV Bharat / bharat

ସୌର୍ଯ୍ୟଚକ୍ରରେ ସମ୍ମାନିତ ବଲବିନ୍ଦର ସିଂହଙ୍କୁ ଗୁଳିକରି ହତ୍ୟା - ବଲବିନ୍ଦର ସିଂହ

ସୌର୍ଯ୍ୟ ଚକ୍ରରେ ସମ୍ମାନିତ ବଲବିନ୍ଦର ସିଂହଙ୍କୁ ପଞ୍ଜାବର ତରଣ ତାରଣ ଜିଲ୍ଲାରେ ଗୁଳି କରି ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

ସୌର୍ଯ୍ୟ ଚକ୍ରରେ ସମ୍ମାନିତ ବଲବିନ୍ଦର ସିଂହଙ୍କୁ ଗୁଳି କରି ହତ୍ୟା
ସୌର୍ଯ୍ୟ ଚକ୍ରରେ ସମ୍ମାନିତ ବଲବିନ୍ଦର ସିଂହଙ୍କୁ ଗୁଳି କରି ହତ୍ୟା

By

Published : Oct 16, 2020, 5:45 PM IST

ଚଣ୍ଡିଗଡ: ସୌର୍ଯ୍ୟ ଚକ୍ରରେ ସମ୍ମାନିତ ବଲବିନ୍ଦର ସିଂହଙ୍କୁ ପଞ୍ଜାବର ତରଣ ତାରଣ ଜିଲ୍ଲାରେ ଗୁଳିକରି ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଛି । ବଲିବନ୍ଦର ଭିଖିବିଣ୍ଡ ଗାଁରେ ନିଜ ଘରକୁ ଲାଗିଥିବା କାର୍ଯ୍ୟଳୟରେ ଥିବା ସମୟରେ କିଛି ଦୁବୃର୍ତ୍ତ ମୋଟର ସାଇକେଲରେ ଆସି ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ବେଳେ ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି ।

62 ବର୍ଷିୟ ବଲିବନ୍ଦର ସିଂହ ଅନେକ ବର୍ଷ ଧରି ଆତଙ୍କବାଦ ବିରୋଧରେ ସାହସର ସହ ଲଢିଥିଲେ । ଏହା ପୂର୍ବରୁ ଆତଙ୍କବାଦୀମାନେ ଅନେକ ଥର ତାଙ୍କ ଉପରେ ଆକ୍ରମଣ ମଧ୍ୟ କରିଥିଲେ ।

ସିଂହଙ୍କ ଭାଇ ରଞ୍ଜିତ ସିଂହ କହିଛନ୍ତି, ରାଜ୍ୟ ସରକାର ତରଣ ତାରଣ ପୋଲିସର ସୁପାରିଶ କ୍ରମେ ବର୍ଷେ ପୂର୍ବରୁ ତାଙ୍କ ସୁରକ୍ଷା ପ୍ରତ୍ୟାହାର କରିନେଇଥିଲା । ତାଙ୍କର ସମ୍ପୂର୍ଣ୍ଣ ପରିବାର ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଥିଲେ । ପ୍ରତିରକ୍ଷାମନ୍ତ୍ରଣାଳୟ 1993ରେ ସିଂଙ୍କୁ ସୌର୍ଯ୍ୟ ଚକ୍ର ସମ୍ମାନରେ ସମ୍ମାନିତ କରିଥିଲେ ।

ସିଂଙ୍କ ପତ୍ନୀ ଜଗଦୀପ କୌର କହିଛନ୍ତି ଯେ କିଛି ଦୁବୃର୍ତ୍ତ ସକାଳେ ତାଙ୍କ ଘରେ ପ୍ରବେଶ କରି ବଲବିନ୍ଦର ସିଂଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ। ଏହି ଆକ୍ରମଣ ପଛରେ ଆତଙ୍କବାଦୀ ଥାଇପାରେ ବୋଲି ସିଂଙ୍କ ଭାଇ ରଣଜିତ ସିଂ ଦାବି କରିଛନ୍ତି । ହେଲେ ପୋଲିସ ଏପର୍ଯ୍ୟନ୍ତ ଏଭଳି କିଛି ସ୍ପଷ୍ଟିକରଣ ଦେଇନାହିଁ। ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ଆବଶ୍ୟକ ତଦନ୍ତ ଜାରି ରଖିଛନ୍ତି ।

ଅତଙ୍କବାଦୀଙ୍କ ବିରୋଧରେ ସାହସିକତାର ସହ ମୁକାବିଲା କରିଥିବାରୁ ରାଷ୍ଟ୍ରପତି ଶଙ୍କରଦାରୟାଲ ଶର୍ମା ବଲବିନ୍ଦରଙ୍କୁ ସୌର୍ଯ୍ୟ ଚକ୍ର ସମ୍ମାନରେ ସମ୍ମନିତ କରିଥିଲେ । ରାଜ୍ୟରେ ଆତଙ୍କବାଦୀଙ୍କ 13 ଥର ବଲିବିନ୍ଦରଙ୍କୁ ଲଢିବାକୁ ପଡିଥିଲା। ସେ ଏବଂ ତାଙ୍କ ପରିବାର ସାହସର ସହିତ ଆତଙ୍କବାଦୀଙ୍କ ମୁକାବିଲା କରିଥିଲେ। ତାଙ୍କର ସାହସିକତା ଦେଖି ରାଷ୍ଟ୍ରପତି ତାଙ୍କୁ ଗ୍ୟାଲେଣ୍ଟ୍ରିରେ ସମ୍ମାନିତ କରିଥିଲେ।

ନିକଟରେ ପଞ୍ଜାବ ସରକାର ସିଂଙ୍କ ସୁରକ୍ଷା ପ୍ରତ୍ୟାହାର କରି ନେଇଥିଲେ। ଅତୀତରେ ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବାରୁ ସେ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ। 2017ରେ କିଛି ଅଜ୍ଞାତ ଆକ୍ରମଣକାରୀ ତାଙ୍କ ବାସଭବନରେ ଏକାଧିକ ରାଉଣ୍ଡ ଗୁଳି ଚଳାଇଥିଲେ। ହେଲେ ସୌଭାଗ୍ୟ ବସତଃ ଏହି ଆକ୍ରମଣରେ ତାଙ୍କ ପରିବାରର କୌଣସି ସଦସ୍ୟ ଆହତ ହୋଇନଥିଲେ ।

ABOUT THE AUTHOR

...view details