ଓଡିଶା

odisha

ETV Bharat / bharat

ମଧ୍ୟପ୍ରଦେଶ ବିଜେପିରେ ମହାରାଜ, ନାରାଜ, ଶିବରାଜ: ଶତୃଘ୍ନ - shatrughan sinha tweet on shivraj singh chouhan

କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶତୃଘ୍ନ ସିହ୍ନା ବିଜେପିକୁ ଟାର୍ଗେଟ କରିଛନ୍ତି। ସେ ମଙ୍ଗଳବାର ନିଜ ଟ୍ବିଟରରେ ଲେଖିଛନ୍ତି ଯେ ମଧ୍ୟପ୍ରଦେଶର ବିଜେପି 3ଟି ଭାଗରେ ବିଭକ୍ତ ହୋଇଛି।

ମଧ୍ୟପ୍ରଦେଶ ବିଜେପି 3 ଭାଗରେ ବିଭକ୍ତ
ମଧ୍ୟପ୍ରଦେଶ ବିଜେପି 3 ଭାଗରେ ବିଭକ୍ତ

By

Published : Jul 7, 2020, 5:04 PM IST

ଭୋପାଳ: କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶତୃଘ୍ନ ସିହ୍ନା ବିଜେପିକୁ ଟାର୍ଗେଟ କରିଛନ୍ତି। ସେ ମଙ୍ଗଳବାର ନିଜ ଟ୍ବିଟରରେ ଲେଖିଛନ୍ତି ଯେ ମଧ୍ୟପ୍ରଦେଶର ବିଜେପି 3ଟି ଭାଗରେ ବିଭକ୍ତ ହୋଇଛି। ପ୍ରଥମ- ମହାରାଜ, ଦ୍ବିତୀୟ-ନାରାଜ ଓ ତୃତୀୟ- ଶିବରାଜ । ଶତୃଘ୍ନଙ୍କ ଏହି ରାଜନୈତିକ ଆଭିମୁଖ୍ୟରୁ ଅନେକ ଅର୍ଥ ବାହାର କରାଯାଉଛି ।

ପ୍ରକାଶଥାଉକି, ମଧ୍ୟପ୍ରଦେଶରେ ଶିବରାଜଙ୍କ କ୍ୟାବିନେଟର ସମ୍ପ୍ରସାରଣ ପରେ ଅନେକ ବିଜେପି ନେତା ରାଗିଛନ୍ତି ବୋଲି କଳ୍ପନାଜଳ୍ପନା କରାଯାଉଛି। ଏହି ବିଜେପି ନେତାମାନେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଥିଲା, କିନ୍ତୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ଯୋଡି ହେବାପରେ ରାଗରେ ବିଜେପି ନେତା ।

ମଧ୍ୟପ୍ରଦେଶରେ କ୍ୟାବିନେଟ୍ ସମ୍ପ୍ରସାରଣ ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଭାଗ ବଣ୍ଟାକୁ ନେଇ କୌଣସି ନିଷ୍ପତ୍ତି ନେଇପାରି ନାହାଁନ୍ତି। କମଲ ନାଥଙ୍କ ସରକାରରେ ଜ୍ୟୋତିରାଦିତ୍ୟଙ୍କ ଖାତାରେ ସ୍ବାସ୍ଥ୍ୟ, ରାଜସ୍ବ, ମହିଳା ଓ ଶିଶୁ ବିକାଶ, ବିଦ୍ୟାଳୟ ଶିକ୍ଷା, ପରିବହନ, ଶ୍ରମ ଓ ଖାଦ୍ୟ ବିଭାଗ ରହିଥିଲା।

ବିଭାଗ ବାଣ୍ଟିବା ମଧ୍ୟ ସିନ୍ଧିଆ ଟ୍ବିଟ କରି କହିଛନ୍ତି ଯେ, ‘ମୋ ପିତା ହୁଅନ୍ତୁ କିମ୍ବା ମା, କେହି ବି ରାଜନୀତିରେ ଛନ୍ଦକପଟ କରିନୁ । ଏଥିପାଇଁ ଆମ ଉପରେ ଆରୋପ ଲଗାଯାଉଛି । ମୁଁ ସମସ୍ତ ବିଶ୍ବାସ ସହ ଏହାର ନିଷ୍ପତ୍ତି ବିଜେପି ଉପରେ ଛାଡୁଛି । ବର୍ତ୍ତମାନ ଏହା ମୋ ପରିବାର ’ ।

ABOUT THE AUTHOR

...view details