ଓଡିଶା

odisha

ETV Bharat / bharat

ସିଏଏ: ଛାତ୍ରଙ୍କ ସମର୍ଥନରେ ଜାମିଆରେ ପହଞ୍ଚିଲେ ଶଶୀ ଥରୁର - citizenship amendment act protests

ଜାମିଆମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟରେ ଚାଲିଥିବା ସିଏଏ ବିରୋଧି ପ୍ରଦର୍ଶନରେ ଛାତ୍ର ଗୋଷ୍ଠୀଙ୍କୁ ସମର୍ଥନ ଦେବା ଲାଗି ପହଞ୍ଚିଛନ୍ତି କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର।

shashi-tharoor-in-jamia
ଜାମିଆରେ ଶଶି ଥରୁର

By

Published : Jan 12, 2020, 7:08 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ସମ୍ପୂର୍ଣ୍ଣ ଦେଶରେ ଲାଗୁ ହେବା ସତ୍ତ୍ୱେ ଏହାକୁ ନେଇ ଦେଶର ବିଭିନ୍ନ ଭାଗରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହି କ୍ରମରେ ରବିବାର ଜାମିଆମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟରେ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ। ସେମାନଙ୍କୁ ସମର୍ଥନ ଦେବାଲାଗି ସେଠାରେ ପହଞ୍ଚିଛନ୍ତି କଂଗ୍ରେସ ନେତା ଶଶୀ ଥରୁର। ଏହି ଆଇନକୁ ଅଗଣତାନ୍ତ୍ରିକ ଏବଂ ଭେଦଭାବପୂର୍ଣ୍ଣ। ସିଏଏ ଭାରତୀୟ ଗଣତନ୍ତ୍ର ପାଇଁ ଦାଗ ବୋଲି ଥରୁର କହିଛନ୍ତି।

ଏହା ପୂର୍ବରୁ ମଧ୍ୟ ଥରୁର ସିଏଏ ବିରୋଧରେ କହିଥିଲେ, 'ଭାରତରେ ଗୋଟିଏ ଧର୍ମ କିମ୍ବା ଗୋଟିଏ ଜାତି ନାହିଁ। ତଥାପି ଭାରତରେ ଏକତା ରହିଛି।'

ABOUT THE AUTHOR

...view details