ଅହମଦାବାଦ: ଗୁଜୁରାଟରେ ବିଜେପି ନେତାଙ୍କୁ ହତ୍ୟା କରିବାକୁ ଆସିଥିବା ଛୋଟା ଶକିଲ ଗ୍ୟାଙ୍ଗର ଶୁଟର ଇରଫାନ ଶେଖ କୋରୋନା ଭାଇରସରେ ସଂକ୍ରମିତ ହୋଇଛି। ଗୁଜରାଟ ପୋଲିସର ଆତଙ୍କବାଦ ନିରୋଧୀ ସ୍କ୍ବାଡ (ଏଟିଏସ) 24 ବର୍ଷିୟ ଶେଖକୁ ମଙ୍ଗଳବାର କାବୁ କରିଥିଲା । ଗୋପନୀୟ ତଥ୍ୟ ଆଧାରରେ ଏଟିଏସ୍ ଅଭିଯୁକ୍ତକୁ କାବୁ କରିଥିଲା । ଏଟିଏସ ଅନୁଯାୟୀ ତାକୁ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଛୋଟା ଶକିଲ ବିଜେପି ନେତାମାନଙ୍କୁ ହତ୍ୟା କରିବା ପାଇଁ ସୁପାରି ଦେଇଥିଲା ।
ତେବେ ଗିରଫ ପରେ ଚିକିତ୍ସା ପାଇଁ ତାକୁ ସହରର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସୁସ୍ଥ ହେବା ପରେ ତାକୁ ଡିସଚାର୍ଜ କରାଯିବ ଏବଂ ଆନୁଷ୍ଠାନିକ ଭାବେ ଗିରଫ କରାଯିବ ବୋଲି ଏଟିଏସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ତାକୁ ଧରିଥିବା ଏଟିଏସ୍ ଟିମ୍ର ସଦସ୍ୟ ସଂଗରୋଧରେ ରହିବେ ବୋଲି ଜଣାପଡିଛି ।