ଓଡିଶା

odisha

ETV Bharat / bharat

ଲକଡାଉନରେ ବୃଦ୍ଧି ପାଇଛି ଶିଶୁ ଚାଲାଣ କାରବାର - child trafficking during lock down

କୋରୋନା ମହାମାରୀ ଅର୍ଥନୀତି ପାଇଁ ଘାତକ ପ୍ରମାଣିତ ହୋଇଥିବା ବେଳେ ଏହି ସମୟ ମଧ୍ୟରେ ନିଯୁକ୍ତି ଏବଂ ମାନସିକ ସ୍ବାସ୍ଥ୍ୟ ଭଳି ଚ୍ୟାଲେଞ୍ଜ ସାମ୍ନାକୁ ମଧ୍ୟ ଆସିଛି।

ଶିଶୁ କାରବାର
ଶିଶୁ କାରବାର

By

Published : Oct 12, 2020, 12:46 PM IST

ନୂଆଦିଲ୍ଲୀ: କୋରୋନା ମହାମାରୀ ଅର୍ଥନୀତି ପାଇଁ ଘାତକ ପ୍ରମାଣିତ ହୋଇଥିବା ବେଳେ ଏହି ସମୟ ମଧ୍ୟରେ ନିଯୁକ୍ତି ଏବଂ ମାନସିକ ସ୍ବାସ୍ଥ୍ୟ ଭଳି ଚ୍ୟାଲେଞ୍ଜ ସାମ୍ନାକୁ ମଧ୍ୟ ଆସିଛି। ଏସବୁ ବ୍ୟତୀତ ଲକଡାଉନର ଅନ୍ଧକାର ମଧ୍ୟରେ ଶିଶୁ ଚାଲାଣ କାରବାର ବୃଦ୍ଧି ପାଇଛି ।

ଚାଇଲଡ୍ ଲାଇନ୍ ଅର୍ଥାତ୍ ଶିଶୁ ସହାୟତା ନମ୍ବର 1098 ର ଡାଟା ଅନୁସାରେ ଏହି ତଥ୍ୟ ସାମ୍ନାକୁ ଆସିଛି । ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ବାରା ଆରମ୍ଭ ହୋଇଥିବା ଏହି ହେଲ୍ପଲାଇନ ନମ୍ବର ସାରା ଦେଶରେ କାର୍ଯ୍ୟକାରୀ ହୋଇଥାଏ । ମାର୍ଚ୍ଚରୁ ଅଗଷ୍ଟ ମଧ୍ୟରେ 1098 ରେ ପିଲାଙ୍କ ସହ ଜଡିତ ପ୍ରାୟ 1.92 ଲକ୍ଷ ମାମଲା ରିପୋର୍ଟ ହୋଇଥିଲା। ପୂର୍ବ ବର୍ଷରେ ଅର୍ଥାତ୍ 2019 ରେ ଏହି ମାମଲା ସଂଖ୍ୟା 1.70 ଲକ୍ଷ ଥିଲା ।

ଏହି 6 ମାସର ଲକଡାଉନ୍ ମଧ୍ୟରେ 1098 ହେଲ୍ପଲାଇନରେ ସମୁଦାୟ 27 ଲକ୍ଷ ଅଭିଯୋଗ କଲ୍ ଗ୍ରହଣ କରାଯାଇଛି । 2019 ରେ ଏକା ସମୟରେ 36 ଲକ୍ଷ ଫୋନ୍ କଲ ରେକର୍ଡ କରାଯାଇଥିଲା । ଆଶ୍ଚର୍ଯ୍ୟର କଥା ହେଉଛି, ମାର୍ଚ୍ଚ ମାସରୁ ସାରା ଦେଶରେ ଲକଡାଉନ୍ ରହିଥିଲା, ସ୍କୁଲ ବନ୍ଦ ରହିଥିଲା, ସମସ୍ତ କାର୍ଯ୍ୟକ୍ଷେତ୍ର ମଧ୍ୟ ବନ୍ଦ ରହିଥିଲା ​​ତେଣୁ ପିଲାମାନଙ୍କ ସହ ଜଡିତ ମାମଲାରେ ବହୁ ହ୍ରାସ ଘଟିବ ବୋଲି ଆଶା କରାଯାଉଥିଲା କିନ୍ତୁ ଏଥିରେ ପାର୍ଥକ୍ୟ ଦେଖାଦେଇଛି ।

ତଥ୍ୟରେ ଦର୍ଶାଇଛି ଯେ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ 10,000 ବାଲ୍ୟ ବିବାହ ମାମଲା ରିପୋର୍ଟ ହୋଇଥିଲା। ପିଲାମାନଙ୍କ ସହ ଜଡିତ 32,700 ମାମଲା ମଧ୍ୟରୁ ଅଧିକାଂଶ ବାଲ୍ୟ ବିବାହ, ଯୌନ ଶୋଷଣ, ଭାବପ୍ରବଣ ଶୋଷଣ, ଭିକ ମାଗିବା ଏବଂ ସାଇବର ଅପରାଧ ବୃଦ୍ଧି ପାଇଛି। ଏଥିସହ ଶିଶୁ ଶ୍ରମ ସହ ଜଡିତ 6800 ମାମଲା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ‘ବଚପନ୍ ବାଚାଓ’ କାର୍ଯ୍ୟକର୍ତ୍ତାଙ୍କ ସହାୟତାରେ 24 ମାର୍ଚ୍ଚରୁ 2 ସେପ୍ଟେମ୍ବର ମଧ୍ୟରେ ବିଭିନ୍ନ ଟ୍ରେନରୁ 823 ପିଲାଙ୍କୁ ଉଦ୍ଧାର କରାଯାଇଛି।

ABOUT THE AUTHOR

...view details