ଓଡିଶା

odisha

ETV Bharat / bharat

ଭାରତକୁ ଇସଲାମିକ ଦେଶରେ ପରିଣତ କରିବାକୁ ଚାହୁଁଛନ୍ତି ଶରଜିଲ - ଶରଜିଲ ଇମାମ

ଦେଶବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଗିରଫ ଜେଏନୟୁର ପିଏଚଡି ଛାତ୍ର ଶରଜିଲ ଇମାମ ଭାରତକୁ ଇସଲାମିକ ଦେଶରେ ପରିଣତ କରିବାକୁ କାମ କରୁଥିବା ଜେରା ସମୟରେ ସ୍ବୀକାର କରିଛନ୍ତି  । ଅଧିକ ପଢନ୍ତୁ...

sharjeel imam
ଶରଜିଲ ଇମାମ

By

Published : Jan 30, 2020, 2:30 PM IST

Updated : Jan 30, 2020, 2:51 PM IST

ନୂଆଦିଲ୍ଲୀ: ଦେଶବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଗିରଫ ଜେଏନୟୁର ପିଏଚଡି ଛାତ୍ର ଶରଜିଲ ଇମାମଙ୍କୁ ନେଇ ବଡ ପର୍ଦ୍ଦାଫାସ ହୋଇଛି । ସେ ଭାରତକୁ ଇସଲାମିକ ଦେଶରେ ପରିଣତ କରିବାକୁ କାମ କରୁଥିବା ଜେରା ସମୟରେ ସ୍ବୀକାର କରିଛନ୍ତି । ଏହା ସହିତ ଭାଇରାଲ ଭିଡିଓଟି ସମ୍ପୁର୍ଣ୍ଣ ଠିକ ଥିବା ସେ ମାନିଛନ୍ତି ।

ସିବିଆଇ ସୂତ୍ର ଅନୁଯାୟୀ, ଇମାମର ମସ୍ତିଷ୍କରେ ଭାରତ ବିରୋଧରେ ବିଷ ଭରି ରହିଛି । ସେ ଭାରତକୁ ଇସଲାମିକ ଦେଶରେ ପରିଣତ କରିବାର ଇଚ୍ଛା ରଖିଛି । ଭାରତରେ ତାଙ୍କ ଧର୍ମର ଲୋକଙ୍କ ଉପରେ ଅତ୍ୟାଚାର ହେଉଛି ବୋଲି ସେ ଭାବନ୍ତି । ତେଣୁ ସେ ନିଜ ଧର୍ମକୁ ମଜବୁତ କରିବାକୁ ଚାହୁଁଛନ୍ତି । ସେ ନିଜ ଭାଷଣ ଦ୍ବାରା ଲୋକଙ୍କୁ ପ୍ରଭାବିତ କରିବାର ପ୍ରୟାସ କରୁଥିବା ପୋଲିସ ସମକ୍ଷରେ ସ୍ବୀକାର କରିଛନ୍ତି । ଭିଡିଓରେ ସେ ଦେଇଥିବା ଦେଶ ବିରୋଧୀ ମନ୍ତବ୍ୟ ସମ୍ପୂର୍ଣ୍ଣ ସତ୍ୟତା ଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ସିଏଏ ଏବଂ ଏନଆରସି ବିରୋଧରେ ପ୍ରଦର୍ଶନ ସମୟରେ ଶରଜିଲ ଇମାମ ଦେଶ ବିରୋଧୀ ମନ୍ତବ୍ୟ ଦେଇଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଆଲିଗଡ ମୁସଲିମ ବିଶ୍ବବିଦ୍ୟାଳୟ (ଏଏମୟୁ) ପରିସରରୁ ସେ ଆସାମକୁ ଭାରତରୁ ଅଲଗା କରିବା ପାଇଁ ଧମକ ଦେଇଥିଲେ। ଏହି ମନ୍ତବ୍ୟ ପରେ ଦିଲ୍ଲୀ ପୋଲିସ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛି। ଏହା ବାତୀତ ଆସାମର ଗୌହାଟି ଏବଂ ଉତ୍ତର ପ୍ରଦେଶର ଆଲିଗଡ଼ରେ ପୃଥକ ପୃଥକ ମାମଲା ରୁଜୁ ହୋଇଛି। ଯେଉଁଥିରେ ଦେଶଦ୍ରୋହ ମାମଲା ମଧ୍ୟ ରହିଛି।

Last Updated : Jan 30, 2020, 2:51 PM IST

ABOUT THE AUTHOR

...view details