ହାଇଦ୍ରାବାଦ: ଘରୋଇ ଆଞ୍ଚଳିକ ଭାଷା ସୋସିଆଲ ମିଡିଆ ପ୍ଲାଟଫର୍ମ ଶେୟାରଚାଟ ନିକଟରେ କରିଛି ଏକ ଚାଞ୍ଚଲ୍ୟକର ଘୋଷଣା । ପୂର୍ବରୁ ଏହା ଆମାଜନ ୱେବ ସର୍ଭିସ(ଏଡବ୍ଲୁଏସ)ର ଇନଫ୍ରାଷ୍ଟ୍ରକ୍ଚରରେ ପରିଚାଳିତ ହେଉଥିବା ବେଳେ ବର୍ତ୍ତମାନ ଏହା ଗୁଗୁଲ କ୍ଲାଉଡର ହାତ ଧରିଥିବା ଜଣା ପଡିଛି । ନିଜର କାର୍ଯ୍ୟକାରିତା, ଉତ୍ପାଦନ କ୍ଷମତା ଓ ମାନ ସହ ଉତ୍ପାଦନ ଖର୍ଚ୍ଚକୁ କମ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣା ପଡିଛି ।
ଏହି ସେବା ଆରମ୍ଭରୁ ହିଁ ଗୁଗୁଲ କ୍ଲାଉଡ କମ୍ପାନୀର ପ୍ରଥମ ପସନ୍ଦ ଥିଲା ବୋଲି ସେ ଜଣାଇଛି । ତେଣୁ ବର୍ତ୍ତମାନ ଗୁଗୁଲ କ୍ଲାଉଡ ସହ ଯୋଡି ହେଲା ପରେ କମ୍ପାନୀ ନିଜର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ସହ ୟୁଜର୍ସଙ୍କ ଅଧିକ ନିକଟତର ହୋଇପାରିବ ବୋଲି ଆଶା ରଖିଛି । ଗୁଗୁଲ କ୍ଲାଉଡରେ ସମସ୍ତ ୟୁଜର୍ସ ଡାଟା ବ୍ୟାକଅପ୍ ଅଧିକ ସୁରକ୍ଷିତ ରହିପାରିବ ବୋଲି କମ୍ପାନୀ ସୂଚନା ଦେଇଛି । ଗୁଗୁଲର ଆଡଭାନ୍ସ ଓ ଇଣ୍ଟିଗ୍ରେଟେଡ ସର୍ଭିସ ଯଥା କ୍ଲାଉଡ ବିଗଟେବୁଲ, କ୍ଲାଉଡ ସ୍ପାନର ଓ କ୍ୟୁବରନେଟ୍ସ ଆଦି ବର୍ତ୍ତମାନ ଶେୟାରଚାଟକୁ ବିକଶିତ କରିବା ପାଇଁ ଅତି ଜରୁରୀ ।