ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପରିଦର୍ଶନ କଲେ ଶରଦ ପାୱାର । ଶନିବାର ଏନସିପି ମୁଖ୍ୟ ଶରଦ ପାୱାର ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପରିଦର୍ଶନ କରିଛନ୍ତି। କମ୍ପାନୀ ପରିଦର୍ଶନ କରିବା ପରେ ସେ ଏହି ଗସ୍ତ ସମ୍ପର୍କରେ ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି ।
ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପରିଦର୍ଶନ କଲେ ଶରଦ ପାୱାର
ଶନିବାର ଏନସିପି ମୁଖ୍ୟ ଶରଦ ପାୱାର ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପରିଦର୍ଶନ କରିଛନ୍ତି। କମ୍ପାନୀ ପରିଦର୍ଶନ କରିବା ପରେ ସେ ଏହି ଗସ୍ତ ସମ୍ପର୍କରେ ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି ।
ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପରିଦର୍ଶନ କଲେ ଶରଦ ପାୱାର
ଅକ୍ସଫୋର୍ଡ ଏବଂ ଆଷ୍ଟ୍ରାଜେନେକାର ମିଳିତ ସହଯୋଗରେ ବିକଶିତ କୋରୋନା ଟିକା ଉତ୍ପାଦନ ପାଇଁ ଏସଆଇଆଇ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି ।
ଦେଶର କୋରୋନା ମାମଲା ଦୃଷ୍ଟିରୁ ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ହୋଇଛି । ମହାରାଷ୍ଟ୍ରରେ ମୁମ୍ବାଇ ଏବଂ ପୁଣେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ଏଣୁ ଏହା ଟିକାର ଫଳପ୍ରଦତା ପରୀକ୍ଷା କରିବାରେ ସହାୟକ ହେବ ବୋଲି ଏସଆଇଆଇ ଗତ ସପ୍ତାହରେ କହିଛି ।ଅଗଷ୍ଟ ଶେଷ ସୁଦ୍ଧା ପୁଣେ ଏବଂ ମୁମ୍ବାଇରେ 4,000ରୁ 5000 ଲୋକଙ୍କୁ ଏହି ଟିକା ଦିଆଯିବ । ଯାହା ଦୁଇ ମାସ ଧରି ଚାଲିବାକୁ ଯାଉଛି।