ଓଡିଶା

odisha

ETV Bharat / bharat

ଭୀମା କୋରେଗାଁଓ ହିଂସାକାଣ୍ଡ: ତଦନ୍ତ ପାଇଁ ଗଠନ ହେବ ଏସଆଇଟି! - ଭୀମା କୋରେଗାଁଓ ହିଂସାକାଣ୍ଡ

ଭୀମା କୋରେଗାଁଓ ହିଂସାକାଣ୍ଡର ତଦନ୍ତ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଟିମ(ଏସଆଇଟି) ଗଠନ କରିବାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସହ ଆଲୋଚନା କରିବେ ଏନସିପି ପ୍ରମୁଖ ଶରଦ ପାୱାର।

set up sit in bhima koregaon violence
ଫାଇଲ ଫଟୋ

By

Published : Dec 21, 2019, 4:59 PM IST

ମୁମ୍ବାଇ: ବହୁଚର୍ଚ୍ଚିତ ଭୀମା କୋରେଗାଁଓ ହିଂସାକାଣ୍ଡର ତଦନ୍ତ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଟିମ(ଏସଆଇଟି) ଗଠିତ ହୋଇପାରେ। ଏନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସହ ଆଲୋଚନା କରିବେ ଏନସିପି ପ୍ରମୁଖ ଶରଦ ପାୱାର। ଏ ମାମଲାର ସଠିକ ତଦନ୍ତ ପାଇଁ ଏସଆଇଟି ଗଠନର ଆବଶ୍ୟକତା ରହିଛି। ଏନେଇ ଆମେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବୁ ବୋଲି ଏନସିପି ମୁଖ୍ୟ କହିଛନ୍ତି।


ବର୍ଷ ୨୦୧୮ ଜାନୁଆରୀ ପହିଲାରେ ଭୀମା କୋରେଗାଓଁ ଯୁଦ୍ଧର ୨୦୦ ବର୍ଷପୂର୍ତ୍ତି ଅବସରରେ ଦଳିତ ଏବଂ ମରାଠା ସମ୍ପ୍ରଦାୟ ମଧ୍ୟରେ ସୃଷ୍ଟ ହୋଇଥିବା ହିଂସାକାଣ୍ଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଏ ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଥିଲେ। ଏହି ମାମଲାର ଯାଞ୍ଚ ବେଳେ ପୁଣେ ପୋଲିସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ମାଓବାଦୀଙ୍କ ଷଡ଼ଯନ୍ତ୍ର ସଂକ୍ରାନ୍ତୀୟ ଇ-ମେଲ ଓ ଚିଠି ଜବତ କରିଥିଲା। ଯେଉଁଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା କରାଯିବା ଶୈଳୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ କୁହାଯାଇଥିଲା।

ABOUT THE AUTHOR

...view details