ଓଡିଶା

odisha

ETV Bharat / bharat

ଶରଦ ପାୱାରଙ୍କୁ ଏନଡିଏରେ ସାମିଲ ହେବାକୁ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ

ଯଦି ପାୱାର ଏନଡିଏରେ ସାମିଲ ହେବାକୁ ସ୍ଥିର କରନ୍ତି ତାହାଲେ ମହାରାଷ୍ଟ୍ରରେ ବିଜେପି, ଏନସିପି ଏବଂ ଆରପିଆଇକୁ ନେଇ ଏକ ମହାମେଣ୍ଟ ଗଠନ ହୋଇପାରିବ ବୋଲି ଆଠୱଲେ କହିଛନ୍ତି ।

By

Published : Jul 13, 2020, 3:41 PM IST

କେନ୍ଦ୍ରମନ୍ତ୍ରୀ ରାମଦାସ ଅଠୱଲେ
କେନ୍ଦ୍ରମନ୍ତ୍ରୀ ରାମଦାସ ଅଠୱଲେ

ନୂଆଦିଲ୍ଲୀ: ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଏନଡିଏରେ ଯୋଗ ଦେବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ । ଉଭୟ ଦେଶ ଏବଂ ମହାରାଷ୍ଟ୍ରର ବିକାଶ ପାଇଁ ଏହା ଆବଶ୍ୟକ ବୋଲି ସେ କହିଛନ୍ତି। ଯଦି ପାୱାର ଏନଡିଏରେ ସାମିଲ ହେବାକୁ ସ୍ଥିର କରନ୍ତି ତାହାଲେ ମହାରାଷ୍ଟ୍ରରେ ବିଜେପି, ଏନସିପି ଏବଂ ଆରପିଆଇକୁ ନେଇ ଏକ ମହାମେଣ୍ଟ ଗଠନ ହୋଇପାରିବ ବୋଲି ଆଠୱଲେ କହିଛନ୍ତି ।

ଏକ ଗଣମାଧ୍ୟମ ସାକ୍ଷାତକାରରେ ଆଠୱଲେ କହିଛନ୍ତି, ଶିବସେନାକୁ ସମର୍ଥନ କରି ଏନସିପିକୁ କିଛି ଲାଭ ମିଳିବ ନାହିଁ । ମହାରାଷ୍ଟ୍ର ପାଇଁ କେନ୍ଦ୍ରଠାରୁ ଅଧିକ ପାଣ୍ଠି ପାଇବାକୁ ହେଲେ ପାୱାର ଏନଡିଏରେ ଯୋଗଦେବା ନେଇ ବିଚାର କରିବା ଉଚିତ। ଯଦି ଏଭଳି ହୁଏ ତାହାଲେ ମହାରାଷ୍ଟ୍ରରେ ବିଜେପି, ଏନସିପି ଏବଂ ଆରପିଆଇର ଶକ୍ତିଶାଳୀ ମହାମେଣ୍ଟ ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି ।

ପାୱାରଙ୍କ ପ୍ରସଂଶା କରି ଆଠୱଲେ କହିଛନ୍ତି, ଶରଦ ପାୱାର ମହାରାଷ୍ଟ୍ରର ଜଣେ ବରିଷ୍ଠ ନେତା । ସେ କୃଷକ, ଦଳିତ, ଆଦିବାସୀ ଏବଂ ଓବିସିଙ୍କ ସମସ୍ୟା ସମ୍ପର୍କରେ ଅବଗତ ଅଛନ୍ତି । ସେ ଦେଶର କୃଷି ମନ୍ତ୍ରୀ ମଧ୍ୟ ରହିଛନ୍ତି । ତେଣୁ ଦେଶର ଉନ୍ନତି ଏବଂ ବିକାଶ ପାଇଁ ମୋଦି ସରକାରଙ୍କ ସହ ହାତ ମିଳାଇବାକୁ ପାୱାରଙ୍କୁ ଅନୁରୋଧ କରିଛନ୍ତି ସେ ।

ସୂଚନାଯୋଗ୍ୟ ଯେ, 2019 ବିଧାନସଭା ନିର୍ବାଚନରେ ମହାରାଷ୍ଟ୍ରରେ ବିଜେପି ଏବଂ ଶିବସେନା ଏକତ୍ର ନିର୍ବାଚନ ଲଢିଥିଲେ । ଉଭୟ ଦଳକୁ 105 ଏବଂ 56 ଲେଖାଏଁ ଆସନ ମିଳିଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ଟପଦ ପାଇଁ ଶିବସେନା ଏବଂ ବିଜେପି ମଧ୍ୟରେ ବିଦାୟ ସୃଷ୍ଟିହୋଇଥିଲା । ଏହାପରେ ଶିବସେନା ବିଜେପିଠାରୁ ଅଲଗା ହୋଇ କଂଗ୍ରେସ ଏବଂ ଏନସିପିର ସହଯୋଗରେ ମହାରାଷ୍ଟ୍ରରେ ସରକାର ଗଠନ କରିଥିଲା। ଏନସିପି ପାଖରେ ଏବେ 54 ବିଧାୟକଙ୍କ ସମର୍ଥନ ଥିବା ବେଳେ କଂଗ୍ରେସ ପାଖରେ 44ଟି ବିଧାୟକଙ୍କ ସମର୍ଥନ ରହିଛି ।

ତେବେ ଏନସିପି ଏବଂ ଶିବସେନା ମଧ୍ୟରେ ସବୁକିଛି ଠିକ ନଥିବା ନିକଟରେ ଚର୍ଚ୍ଚା ହେଉଥିଲା । ଏହାପରେ ଶରଦ ପାୱାର ବିଜେପିରେ ସାମିଲ ହୋଇପାରନ୍ତି ବୋଲି ରାଜନୈତିକ ଗଳିରେ କଳ୍ପନା ଜଳ୍ପନା ଚାଲିଥିଲା । କିନ୍ତୁ ଏନସିପି ଏହାକୁ ଖାରଜ କରିଛି । ଇତି ମଧ୍ୟରେ ମୋଦି ସରକାରୀ ମନ୍ତ୍ରୀ ତଥା ମହାରାଷ୍ଟ୍ର ରାଜ୍ୟସଭା ସଦସ୍ୟ ରାମଦାସ ଆଠୱଲେ ପାୱାରଙ୍କୁ ଏନଡିଏରେ ଯୋଗ ଦେବାକୁ ପରାମର୍ଶ ଦେଇଛନ୍ତି ।

ABOUT THE AUTHOR

...view details