ଓଡିଶା

odisha

ETV Bharat / bharat

ଅଣ-ଏନଡିଏ ନେତାଙ୍କ ମଧ୍ୟରୁ ଜଣେ ହେବେ ପ୍ରଧାନମନ୍ତ୍ରୀ: ଶରଦ ପୱାର - mayawati

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅପେକ୍ଷା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜୀ, ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ କିମ୍ବା ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷା ମାୟାବତୀ ଉତ୍ତମ ପ୍ରଧାନମନ୍ତ୍ରୀ ହୋଇପାରିବେ ବୋଲି କହିଛନ୍ତି ଶରଦ ।

ଫାଇଲ ଫଟୋ

By

Published : Apr 27, 2019, 12:52 PM IST

ନୂଆଦିଲ୍ଲୀ: କିଏ ହେବେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ? ରିପିଟ ହେବେ ମୋଦି ନା ଆସିବ ନୂଆ ମୁହଁ । ଏହାକୁ ନେଇ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଚାଲିଛି ବୟାନବାଜି । ଗୋଟିଏ ପଟେ ବିଜେପି ନମୋ ଏଗେନ୍‌ର ନାରା ଲଗାଉଥିବାବେଳେ ବିରୋଧୀ ଦଳ ମଧ୍ୟ ନିଦ ଦାବିଦାରୀ ଉପସ୍ଥାପନା କରିବାରେ ପଛାଉ ନାହାଁନ୍ତି । ତେବେ ଇତି ମଧ୍ୟରେ ପିଏମ୍‌ ପ୍ରସଙ୍ଗକୁ ନେଇ ନେସ୍‌ନାଲିଷ୍ଟ୍‍ କଂଗ୍ରେସ ପାର୍ଟି(ଏନସିପି) ପ୍ରମୁଖ ଶରଦ ପୱାରଙ୍କ ଏଭଳି ଏକ ବୟାନ ସାମ୍ନାକୁ ଆସିଛି, ଯାହା ଦ୍ବାରା କଂଗ୍ରେସକୁ ଶକ୍ତ ଝଟକା ଲାଗିପାରେ ।

ପ୍ରଧାନମନ୍ତ୍ରୀ ପଦ ପାଇଁ ରାହୁଲଙ୍କ ଅପେକ୍ଷା ମମତା ବାନାର୍ଜୀ, ଚନ୍ଦ୍ରବାବୁ ନାଇଡୁ ଏବଂ ମାୟାବତୀଙ୍କ ଉପରେ ଅଧିକ ଭରସା କରିଛନ୍ତି ଶରଦ ପୱାର । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅପେକ୍ଷା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜୀ, ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ କିମ୍ବା ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷା ମାୟାବତୀ ଉତ୍ତମ ପ୍ରଧାନମନ୍ତ୍ରୀ ହୋଇପାରିବେ ବୋଲି କହିଛନ୍ତି ଶରଦ ।

ଏକ ଗଣମାଧ୍ୟମର ସାକ୍ଷାତକାରରେ ଶରଦ ପାୱାର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ନିର୍ବାଚନର ଫଳାଫଳ ପରେ ଅଣ-ଏନଡିଏ ନେତାଙ୍କ ମଧ୍ୟରୁ ଜଣେ ପିଏମ ପଦ ପାଇଁ ଦାବିଦାର ହେବ ବୋଲି ସେ କହିଛନ୍ତି ।

For All Latest Updates

ABOUT THE AUTHOR

...view details