ନୂଆଦିଲ୍ଲୀ: ଫ୍ରାନ୍ସରେ ରାଫେଲ ପୂଜା ପର ଠାରୁ କ୍ରମାଗତ ଭାବରେ ଏହାକୁ ନେଇ ତର୍କ ବିତର୍କ ଜାରି ରହିଛି । ଲେମ୍ବୁ, ନଡିଆ ଓ ଓମ ଲେଖି ଶସ୍ତ୍ର ପୂଜା ନେଇ କଂଗ୍ରେସ ଏହାକୁ ଟାର୍ଗେଟରେ ବିଜେପି । ଏନ୍ସିପି ଅଧ୍ୟକ୍ଷ ଶରଦ ପାୱାର କଟାକ୍ଷ କରି କହିଛନ୍ତି ଯେ ଏହା କଣ ନୂଆ ଟ୍ରକ ଯେ ଏପରି ପୂଜା କରାଗଲା ।
ରାଫେଲ ପୂଜା ରାଜନୀତି: ଶରଦ ପାଓ୍ବାର କହିଲେ ଏହା କଣ ନୂଆ ଟ୍ରକ କି ? - ରେଫଲ କଣ ଟ୍ରକ କି
ଫ୍ରାନ୍ସରେ ରାଫେଲ ପୂଜା ପର ଠାରୁ କ୍ରମାଗତ ଭାବରେ ଏହାକୁ ନେଇ ତର୍କ ବିତର୍କ ଜାରି ରହିଛି । ଏନ୍ସିପି ଅଧ୍ୟକ୍ଷ ଶରଦ ପାୱାର କଟାକ୍ଷ କରି କହିଛନ୍ତି ଯେ ଏହା କଣ ନୂଆ ଟ୍ରକ ଯେ ଏପରି ପୂଜା କରାଗଲା । ଅଧିକ ପଢନ୍ତୁ...

ଏନ୍ସିପି ସୁପ୍ରିମୋ କହିଛନ୍ତି ଯେ, ରାଷ୍ଟ୍ରୀୟ ସୁରକ୍ଷା ପାଇଁ ରାଫେଲ କିଣାଯିବାରେ କୌଣସି ପ୍ରଶ୍ନ ନାହିଁ । ମାତ୍ର ଲଢୁଆ ବିମାନ ରାଫେଲ ଅଶୁଭ ଦୃଷ୍ଟି ତଥା ସଙ୍କଟରୁ ରକ୍ଷା କରିବା ପାଇଁ ଲେମ୍ବୁ-ଲଙ୍କା ଓହଳା ଯିବା କିମ୍ବା ଲେମ୍ବୁ -ଲଙ୍କାରେ ପୂଜା କରାଯିବା ନିହାତି ପକ୍ଷରେ ହାସ୍ୟାସ୍ପଦ । ନୂଆ ଟ୍ରକ ଭଳି ରେଫେଲ ନୁହେଁ ଯେ ଏହାକୁ ଲେମ୍ବୁ-ଲଙ୍କା ଦେଇ ପୂଜା କରାଯିବ ।
ଏଠାରେ ସୂଚନା ଯୋଗ୍ୟ ଯେ ରାଫେଲ ପୂଜାକୁ ନେଇ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ଏହାକୁ ତାମସା କହିବା ସହ ଏଭଳି ଡ୍ରାମା ନକରିବା ପାଇଁ କହି ବିଜେପିକୁ କଡା ସମାଲୋଚନା କରିଥିଲେ । ପୂଜା କରି ଯେଉଁ ଡ୍ରାମା କରିଛି ତାକୁ ବନ୍ଦ କରାଯାଉ ବୋଲି କହିଥିଲେ । ଏହାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ସମାଲୋଚନା କରିଥିଲେ ।