ନୂଆଦିଲ୍ଲୀ: ନିଲମ୍ବିତ ସାଂସଦଙ୍କ ସମର୍ଥନରେ ଏନସିପି ପ୍ରମୁଖ ଶରଦ ପାୱାର । ବିଶୃଙ୍ଖଳା ଆଚରଣ କରି ନିଲମ୍ବିତ ହୋଇଥିବା 8 ସାଂସଦଙ୍କୁ ସମର୍ଥନ ଜଣାଇ ଗୋଟିଏ ଦିନ ଉପବାସ ରଖିଲେ ଶରଦ ପାୱାର । ସେପଟେ ବିରୋଧୀ ସାଂସଦଙ୍କ ଏପରି ଆଚରଣକୁ ବିରୋଧ କରି ଉପାଧ୍ୟକ୍ଷ ହରିବଂଶ ସିଂ ନାରାୟଣ ମଧ୍ୟ ଗୋଟିଏ ଦିନ ଉପବାସ କରିଛନ୍ତି ।
ନିଲମ୍ବିତ ସାଂସଦଙ୍କୁ ସମର୍ଥନ କରି ଉପବାସ କଲେ ଶରଦ ପାୱାର - show support eight suspended Rajya Sabha MPs
ନିଲମ୍ବିତ ସାଂସଦଙ୍କ ସମର୍ଥନରେ ଏନସିପି ପ୍ରମୁଖ ଶରଦ ପାୱାର । ବିଶୃଙ୍ଖଳା ଆଚରଣ କରି ନିଲମ୍ବିତ ହୋଇଥିବା 8 ସାଂସଦଙ୍କୁ ସମର୍ଥନ ଜଣାଇ ଗୋଟିଏ ଦିନ ଉପବାସ ରଖିଲେ ଶରଦ ପାୱାର । ଅଧିକ ପଢନ୍ତୁ...
ଆଜି ମୌସୁମୀ ଅଧିବେଶନର ନବମ ଦିନରେ ପହଞ୍ଚିଛି । ଗୃହରେ ସାଂସଦଙ୍କ ନିଲମ୍ବନରେ ପ୍ରତ୍ୟାହାର ଦାବି କରି ବିରୋଧୀଙ୍କ ପକ୍ଷରୁ ଜୋରଦାର ପ୍ରଦର୍ଶନ କରାଯାଉଛି । ଏପରିକି ଅଧାରୁ ଗୃହ ତ୍ୟାଗ କରି ସଂସଦ ପରିସରରେ ପ୍ରତିବାଦ ଜଣାଇଛନ୍ତି । ସେହିପରି ଗତକାଲି ଠାରୁ ନିଲମ୍ବିତ ହୋଇଥିବା ସାଂସଦ ରାତ ତମାମ ଧାରଣା ଦେବା ପରେ ଆଜି ମଧ୍ୟାହ୍ନରେ ଭଙ୍ଗ କରିଛନ୍ତି।
ସୂଚନାଯୋଗ୍ୟ, ରବିବାର କୃଷି ବିଲକୁ ବିରୋଧ କରି ବିରୋଧୀ ଗୃହରେ ହଙ୍ଗାମା କରିଥିଲେ । ଗୃହର ମଧ୍ୟ ଭାଗକୁ ଆସି ରୁଲ ବୁକ ଚିରି ଫାଡିବା ସହ ମାଇକ ଭାଙ୍ଗି ଦେଇଥିଲେ । ଗୃହରେ ଏଭଳି ବିଶୃଙ୍ଖଳା ଆଚରଣ ପାଇଁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ 8 ଜଣକୁ ନିଲମ୍ବିତ କରିଥିଲେ । ସେମାନେ ହେଲେ ଟିଏମସି ସାଂସଦ ଡେରେକ ଓ’ବ୍ରାଇନ,ଆପର ସଞ୍ଜୟ ସିଂ, କଂଗ୍ରେସର ରାଜୀବ ସତଭ, କେକେ ରାଗଶ, ସୟଦ ହୁସେନ. ରିପୁନ ବୋରେନ , ଡୋଲା ସେନ ଏବଂ ଏଲରାମ କରିମ ।