ଓଡିଶା

odisha

ETV Bharat / bharat

ଏନସିପି ରାଷ୍ଟ୍ରୀୟ ମହାସଚିବ ପଦରୁ ଇସ୍ତଫା ଦେଲେ ଶଙ୍କର ସିଂହ ବାଘେଲା

ନ୍ୟାସନାଲ କଂଗ୍ରେସ ପାର୍ଟି(ଏନସିପି)ର ରାଷ୍ଟ୍ରୀୟ ମହାସଚିବ ପଦରୁ ଇସ୍ତଫା ଦେଲେ ଗୁଜୁରାଟର ବରିଷ୍ଠ ନେତା ଶଙ୍କର ସିଂହ ବାଘେଲା । ଏହା ସହିତ ସେ ଏନସିପିର ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଛନ୍ତି ।

By

Published : Jun 22, 2020, 7:37 PM IST

 ଶଙ୍କର ସିଂହ ବାଘେଲା
ଶଙ୍କର ସିଂହ ବାଘେଲା

ନୂଆଦିଲ୍ଲୀ: ନ୍ୟାସନାଲ କଂଗ୍ରେସ ପାର୍ଟି(ଏନସିପି)ର ରାଷ୍ଟ୍ରୀୟ ମହାସଚିବ ପଦରୁ ଇସ୍ତଫା ଦେଲେ ଗୁଜୁରାଟର ବରିଷ୍ଠ ନେତା ଶଙ୍କର ସିଂହ ବାଘେଲା । ଏହା ସହିତ ସେ ଏନସିପିର ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଏନସିପି ଅଧ୍ୟକ୍ଷ ଶରଦ ପାୱାର ଏବଂ ମହାସଚିବ ପ୍ରଫୁଲ ପଟେଲଙ୍କୁ ଚିଠି ଲେଖି ନିଜ ଇସ୍ତଫା ସମ୍ପର୍କରେ କହିଛନ୍ତି ସେ । ଏହି ଚିଠିକୁ ସେ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି ।

ବର୍ତ୍ତମାନର ରାଜନୈତିକ ଘଟଣା ଏବଂ ବିଭିନ୍ନ ଏନସିପି କାର୍ଯ୍ୟକର୍ତ୍ତା, ନେତା ଏବଂ ଜିଲ୍ଲା ଓ ରାଜ୍ୟର ପଦାଧିକାରୀ ଦଳ ସହ ଅସନ୍ତୁଷ୍ଟ ଥିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି । ତେବେ ସେ ଗତ କିଛି ଦିନରୁ ଦଳର କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଥିଲା । ଖାସ କରି ଗୁଜୁରାଟରେ ଜୟନ୍ତ ପଟେଲଙ୍କୁ ଏନସିପି ପ୍ରଦେଶ ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦେବା ଘଟଣା ପରଠାରୁ ସେ ଦଳ ସହ ଅସନ୍ତୁଷ୍ଚ ଥିଲେ ବୋଲି କୁହାଯାଉଥିଲା ।

ତେବେ ବାଘେଲା ନିଜ ଇସ୍ତଫା ପତ୍ରରେ ତାଙ୍କୁ ଦଳରେ ସାମିଲ କରିଥିବା ନେଇ ଶରଦ ପାୱାରଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ ଲେଖିଛନ୍ତି, ତାଙ୍କ କାର୍ଯ୍ୟକାଳ ସମୟରେ ଗୁଜୁରାଟର କେତେକ ଜିଲ୍ଲାରେ ଏନସିପି ଭଲ ପ୍ରଦର୍ଶନ କରିଥିଲା । କିନ୍ତୁ ମୋ ଅଧ୍ୟକ୍ଷତାରେ ହୋଇଥିବା ପରିବର୍ତ୍ତନ ଏବଂ ଦଳର ରାଜନୈତିକ ପ୍ରଗତିକୁ ନେଇ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ନେତାଙ୍କ ମଧ୍ୟରେ ନିରାଶା ଦେଖିବାକୁ ମିଳିଛି । ଏହି କାରଣରୁ ସେ ଇସ୍ତଫା ଦେଇଥିବା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ବାଘେଲା ଜନସଂଘ ସହ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ । ଜନସଂଘ ଜନତା ପାର୍ଟିରେ ପରିବର୍ତ୍ତନ ହେବାପରେ ମଧ୍ୟ ସେ ସେଥିରେ ସାମିଲ ହୋଇଥିଲେ । ଜନତା ପାର୍ଟି ଭାଙ୍ଗିବା ପରେ ସେ ବିଜେପିର ଜଣେ ବରିଷ୍ଠ ନେତା ଭାବରେ ପରିଚିତ ଥିଲେ । ଏହାପରେ 1996ସେ ସେ ବିଜେପିଠାରୁ ଅଲଗା ହୋଇ ରାଷ୍ଟ୍ରୀୟ ଜନତା ପାର୍ଟିର ଗଠନ କରିଥିଲେ ।

ଏହି ସମୟରେ ସେ 1996-97ରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ସମ୍ଭାଳିଥିଲେ । ପରେ ସେ କଂଗ୍ରେସରେ ନିଜୱ ଦଳକୁ ସାମିଲ କରିଥିଲେ । କିନ୍ତୁ 2017ରେ ସେ କଂଗ୍ରେସ ଛାଡି ବିରୋଧୀ ଦଳ ନେତା ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ । ଏହାପରେ ସେ ଜନ ବିକଳ୍ପ ନାମକ ଏକ ନୂଆ ଦଳର ଗଠନ କରିଥିଲେ ଏବଂ 2017 ନିର୍ବାଚନରେ ଭାଗ ନେଇଥିଲେ । କିନ୍ତୁ ନିର୍ବାଚନରେ ସେ ସଫଳତା ହାସଲ କରିପାରିନଥିଲେ । ଫଳରେ 2019ରେ ସେ ଏନସିପିରେ ସାମିଲ ହୋଇଥିଲେ ।

ABOUT THE AUTHOR

...view details