ସିମଲା: ଭାରତ ଏକ ଏମିତି ଦେଶ ଯେଉଁଠି ପ୍ରକୃତି ତାର ସମସ୍ତ ସୌନ୍ଦର୍ଯ୍ୟକୁ ଅଜାଡି ଦେଇଛି । ଏହାସହିତ 29ଟି ରାଜ୍ୟର ବିଭିନ୍ନ ସଂସ୍କୃତି ପରମ୍ପରା ଦେଶର ଶକ୍ତି ଓ ସୌନ୍ଦର୍ଯ୍ୟକୁ ଆହୁରି ବର୍ଦ୍ଧିତ କରିଥାଏ । ସେଥିମଧ୍ୟରୁ ଅପାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିବା ରାଜ୍ୟ ହିମାଚଳ ପ୍ରଦେଶ ଅନ୍ୟତମ । ଏଠାକାର ବରଫରେ ଆଚ୍ଛାଦିତ ପାହାଡ, ଉଚ୍ଚ ଦେବଦାରୁ ଗଛ, ନଦୀ, ହ୍ରଦ ସମସ୍ତ ପର୍ଯ୍ୟଟକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ ।
ହେଲେ ସବୁଠାରୁ ଦୁର୍ଭାଗ୍ୟର କଥା ହେଉଛି ଯେ, କିଛି ସ୍ଥାନ ରହିଛି ଯେଉଁଠିକୁ ପର୍ଯ୍ୟଟକମାନେ ଯିବା ସମ୍ଭବପର ହୋଇପାରୁଛି ତ ଅନ୍ୟ ସ୍ଥାନଗୁଡିକୁ ଗମନା ଗମନର ସୁବିଧା ନଥିବାରୁ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେବାରୁ ବଞ୍ଚିତ ହେଉଛନ୍ତି ପର୍ଯ୍ୟଟକ । ସେଥିମଧ୍ୟରୁ କୁଲ୍ଲୁ ଜିଲ୍ଲାର ସୌନ୍ଦର୍ଯ୍ୟ କିଛି ଭିନ୍ନ ରହିଛି । ଜିଲ୍ଲାରୁ 58 କିଲୋମିଟର ଦୂରରେ ରହିଛି ସାଙ୍ଗଡ ଗାଁ । ଏହା ପ୍ରଦେଶର ଅନ୍ତିମ ଶିଖରରେ ରହିଛି । ଏଠାରେ ରହିଛି ଏକ ବଡ ମୈଦାନ । ଯେଉଁଠି ସ୍ଥାନୟୀ ଦେବତା ଶଙ୍ଗଚୁଳ ମହାଦେବଙ୍କ ମନ୍ଦିର ରହିଛି । ତେବେ ଏଠାକାର ଲୋକଙ୍କର ବିଶ୍ବାସ ରହିଛି ଯେ, ଯଦି ଏଠି ଦେବତାଙ୍କ ନିତି ନିୟମକୁ ପାଳନ ନ କରାଯାଏ ଦେବ ଅଭିଶାପ ଲାଗିଥାଏ । ଏହି ଜମିର ଅଧା ଭାଗ ବ୍ରାହ୍ମଣ, ପୁଜାରୀ, ମୁଜାରୌ, ବଜନ୍ତରୀ ମାନଙ୍କୁ ଦିଆଯାଇଛି । ଆଉ ଅଧା ଗାଇ ଗୋରୁଙ୍କ ପାଇଁ ଖାଲି ଛଡାଯାଇଛି ।