ଓଡିଶା

odisha

ETV Bharat / bharat

ଦିଲ୍ଲୀ ଦଙ୍ଗା: ଜାଣନ୍ତୁ ପୋଲିସ ଉପରକୁ ଗୁଳି ଚଳାଇଥିବା ଯୁବକ ଶାହରୁଖର କାହାଣୀ - ଶାହାରୁଖର ପୂରା କାହାଣୀ

ରାଜଧାନୀ ନୂଆଦିଲ୍ଲୀରେ ଦଙ୍ଗା ସମୟରେ ଖୋଲାଖୋଲି ଭାବେ ପୋଲିସ ଉପରକୁ ଗୁଳି ଚଳାଇଥିବା ଶାହାରୁଖ ଜଣେ ପେସାଦାର ଅପରାଧୀ ନୁହଁନ୍ତି। ତେବେ ଅତ୍ୟଧିକ କ୍ରୋଧିତ ହୋଇ ସେ ଗୁଳିଚାଳନା କରିଥିବା ଜଣାପଡିଛି। ଅଧିକ ଖବର ପଢନ୍ତୁ...

Shahrukh FULL STORY
ଦିଲ୍ଲୀ ଦଙ୍ଗା: ସିଏଏର ଫାୟାରିଂ ବୟ ଶାହାରୁଖର ପୂରା କାହାଣୀ

By

Published : Mar 5, 2020, 1:01 PM IST

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ଦଙ୍ଗା ସମୟରେ ଖୋଲାଖୋଲି ଭାବେ ପୋଲିସ ଉପରକୁ ଗୁଳି ଚଳାଇଥିବା ଶାହାରୁଖ ଜଣେ ପେସାଦାର ଅପରାଧୀ ନୁହଁନ୍ତି। କିନ୍ତୁ ସେ ସିଏଏ ଉପରେ କ୍ରୋଧିତ ହୋଇଥିଲେ। ତେବେ ଯେଉଁ ଦିନ ସିଏଏକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଥିଲା ସେଦିନ ସେ ତାଙ୍କର ଝିଅ ସାଙ୍ଗକୁ ମଧ୍ୟ ସାକ୍ଷାତ କରିବାର ଥିଲା। ତେବେ ସେ ଦଙ୍ଗା ବିଷୟରେ ଜାଣିବା ପରେ ସୁରକ୍ଷା ପାଇଁ ସେ ପିସ୍ତଲ ନେଇ ସେଠାରେ ପହଞ୍ଚିଥିଲେ। ତେବେ ଆସନ୍ତୁ ଜାଣିବା ରିଲ ଲାଇଫର ଏହି ଶାହାରୁଖଙ୍କ ବିଷୟରେ...

ଦିଲ୍ଲୀ ଦଙ୍ଗା: ସିଏଏର ଫାୟାରିଂ ବୟ ଶାହାରୁଖର ପୂରା କାହାଣୀ

ତେବେ ରାଲି ପ୍ରଦର୍ଶନରେ ଶାହାରୁଖ କ୍ଷୋଭ ପ୍ରକାଶ କରିବା ସହ ସର୍ବ ସମ୍ମୁଖରେ ହେଡ କନେଷ୍ଟବଳ ଦୀପକ ଦହିୟାଙ୍କ ଉପରକୁ ଗୁଳି ଚଳାଇ ଚର୍ଚ୍ଚାର ପରିସରକୁ ଆସିଯାଇଥିଲେ। ଏହି ଘଟଣାରେ ମଙ୍ଗଳବାର ଦିଲ୍ଲୀ କ୍ରାଇମବ୍ରା଼ଞ୍ଚ ଶାହାରୁଖଙ୍କୁ ଗିରଫ କରିଛି।

ଦିଲ୍ଲୀ ଦଙ୍ଗା: ସିଏଏର ଫାୟାରିଂ ବୟ ଶାହାରୁଖର ପୂରା କାହାଣୀ

ତେବେ ଶାହାରୁଖ ପ୍ରତିଦିନ ବଡି ମେକିଂ ପାଇଁ ଜିମ ଯାଇଥାଏ ବୋଲି ପୋଲିସଙ୍କ ଆଗରେ ସ୍ବୀକାର କରିଛି। ଏହାସହ ଟିକ୍ ଟକ୍ ଭିଡିଓରେ ବିଭିନ୍ନ ପ୍ରକାର ଭିଡିଓ ପୋଷ୍ଟ କରିଥାନ୍ତି। ଏହାସହ ସେ ହଜ୍ ଖାସ୍ ଗ୍ରାମରେ ପାର୍ଟି କରିବାକୁ ଭଲ ପାଆନ୍ତି। ସବୁଠାରୁ ମଜ୍ଜାଦାର ବିଷୟ ହେଉଛି, ଗୋଟିଏ କିମ୍ବା ଦୁଇଜଣ ନୁହେଁ ଏହି ହ୍ୟାଣ୍ତସମ ଶାହାରୁଖଙ୍କ 4 ଜଣ ଗାର୍ଲଫ୍ରେଣ୍ଡ ଅଛନ୍ତି।

ସୂଚନା ଅନୁସାରେ, ଫେବୃଆରୀ 24ରେ ଶାହାରୁଖ ତାର ଗୋଟିଏ ପ୍ରେମିକାକୁ ସାକ୍ଷାତ କରିବାକୁ ଯାଉଥିଲେ। ଏହି ସମୟରେ ସେ ଜାଫାରାବାଦ ନିକଟରେ ଉଭୟ ସମ୍ପ୍ରଦାୟ ଭିଡ଼ ଜମାଇଥିବା ଶୁଣିବାକୁ ପାଇଥିଲେ। ଘଟଣା ପରେ ଶାହାରୁଖ ସେଠାରେ ପହଞ୍ଚିବା ସହ ଖୋଲାରେ ଗୁଳି ଚାଳନା କରିଥିଲେ।

ତେବେ ପୂର୍ବରୁ ସେ ସିଏଏ ପ୍ରଦର୍ଶନରେ ଜଡିତ ଥିଲେ ଓ ନିଜ ସମ୍ପ୍ରଦାୟର ଲୋକଙ୍କୁ ସମର୍ଥନ କରୁଥିଲେ। ହେଲେ ପୋଲିସ କର୍ମଚାରୀ ତାଙ୍କୁ ଧମକ ଦେବା ସହ ଏକ ବାଡି ଦେଖାଇବା ପରେ ସେ ବନ୍ଧୁକ ବାହାର କରିଥିଲେ। ହିଂସା ବୃଦ୍ଧି ପାଇବା ପରେ ଶାହାରୁଖ ନିଜ ଘରକୁ ଫେରି ଆସିବା ସହ ବିଭିନ୍ନ ଗଣମାଧ୍ୟମରେ ତାଙ୍କର ଭିଡିଓ ଘୁରିବୁଲୁଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ କୌଶଳ କରି ଫେରାର ହୋଇ ନିଜ ମାମୁଁ ଘରକୁ ଚାଲିଯାଇଥିଲା ।

25 ତାରିଖ ସକାଳ ସମୟରେ ସେ ଜଳନ୍ଧର ବାହାରି ପଡିଥିଲା ନିଜର କିଛି ଅନ୍ତରଙ୍ଗ ବନ୍ଧୁଙ୍କ ପାଖକୁ। ହେଲେ କିଛି ପରିଚିତ ଲୋକ ତାଙ୍କ ଭିଡିଓ ଦେଖିବା ପରେ ସେ ବାହାନା କରି ଜଲନ୍ଦର ଆସିବାକୁ ମନା କରିଦେଇଥିଲା। ପରେ ପରେ ସେ ବରେଲି ଏବଂ ସେଠାରୁ ଶାମଲିରେ ପହଞ୍ଚିଥିଲେ। ତିନି ଦିନ ଧରି ସେ ଶାମଲିରେ ଥିବା ଜଣେ ସମ୍ପର୍କୀୟଙ୍କ ଘରେ ରହିଲେ।

ଏହି 3 ଦିନ ରହଣୀ ସମୟରେ ଦିନରେ ଶାହାରୁଖ ବାହାରେ ବୁଲିବା ସହ ରାତ୍ରି ସମୟରେ କେବଳ ଘରେ ଶୋଇବାକୁ ଆସୁଥିଲା। ସେଠାରେ ମଧ୍ୟ ଶାହରୁଖ ଏକ ନୂଆ ମୋବାଇଲ କିଣି ପୂର୍ବରୁ ଥିବା ଏକ ସିମ୍ କାର୍ଡକୁ ବ୍ୟବହାର କରି ସମସ୍ତ ଘଟଣା ବିଷୟରେ ଅବଗତ ରହୁଥିଲା।

ଏପରିକି ସେ କାରକୁ ଶାମଲିରେ ଲୁଚାଇ ରଖିଥିଲେ। ଯେତେବେଳେ ପୋଲିସ ଟିମ୍ ତାଙ୍କୁ ଗିରଫ କଲା ସେତେବେଳେ ସେ ବସ୍ ବେସ୍ ବୁଲିବାକୁ ଯାଉଥିଲେ। ତେବେ ଏତେ ସବୁ ଚାଲ ଖେଳିବା ପରେ ପୋଲିସ ହାବୁଡରୁ ଏଥର ରକ୍ଷା ପାଇପାରିନଥିଲା ଶାହାରୁଖ । ବର୍ତ୍ତମାନ ତାଙ୍କ ପାଖରୁ ମୋବାଇଲ୍ ଓ ଏକ କାର୍ ଉଦ୍ଧାର କରାଯାଇଛି।

ତେବେ ଗଣ୍ଡଗୋଳ ଦିନ ବ୍ୟବହୃତ ବନ୍ଧୁକକୁ ସେ କେନାଲ ଭିତରକୁ ନିକ୍ଷେପ କରିଥିବା କହିଥିଲା। ହେଲେ କଡା ପ୍ରଶ୍ନ ପରେ ସତସତ ସମସ୍ତ ଘଟଣାକୁ ସ୍ବୀକାର କରିବା ସହ ଦିଲ୍ଲୀରେ ଲୁଚାଇଥିବା ସ୍ବୀକାର କରିଥିଲା। ବର୍ତ୍ତମାନ ପୋଲିସ ଟିମ୍ ଏହି ବନ୍ଧୁକକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛି।

ଉକ୍ତ ବନ୍ଧୁକକୁ ଶାହାରୁଖ ନିଜର କମ୍ପାନୀରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ପାଖରୁ 10 ହଜାର ଟଙ୍କା ବିନିମୟରେ ଆଣିଥିବା ପୋଲିସ ତଦନ୍ତ ସମୟରେ କହିଛି। କାରଖାନା କର୍ମଚାରୀ ଜଣକ ମଙ୍ଗେରକର ନିବାସୀ ଓ ସେ ତାକୁ ଏହି ଅସ୍ତ୍ର ଦେଇଥିଲେ ।

ABOUT THE AUTHOR

...view details