ଲକ୍ଷ୍ନୌ: ସ୍କୁଲରେ ପଢିବା ପାଇଁ ଘର ଅଛି କିନ୍ତୁ ଛାତ ନାହିଁ । କାରଣ ଏପର୍ଯ୍ୟନ୍ତ ମଧ୍ୟ ପଡ଼ିପାରିନାହିଁ ନିର୍ମାଣ ହୋଇଥିବା ବିଦ୍ୟାଳୟର ଛାତ । ଫଳରେ ଗଛ ମୂଳେ ଚାଲିଛି ପାଠପଢା । ଉତ୍ତରପ୍ରଦେଶ ସାହାଜନପୁରର ଏହି ଘଟଣା ।
ସ୍କୁଲ ଅଛି ଛାତ ନାହିଁ, ଗଛ ମୂଳେ ଚାଲିଛି ପାଠପଢା - ବିଦ୍ୟାଳୟ
ବିଦ୍ଯାଳୟ ନିର୍ମାଣ ହୋଇଛି, ହେଲେ ଛାତ ନାହିଁ । ଫଳରେ ଗଛମୂଳେ ଚାଲିଛି ପାଠପଢା ।
ଫଟୋ ସୌଜନ୍ୟ: ଏଏନଆଇ
ଶିକ୍ଷକଙ୍କ କହିବା କଥା ଯେତେବେଳେ ବର୍ଷା ହୁଏ, ସେବେ ଅସୁବିଧା ଆହୁରି ଦ୍ବିଗୁଣିତ ହୋଇଯାଏ । ସେ ସମୟରେ ସ୍କୁଲ ବନ୍ଦ ରହିଥାଏ । ଏହାସହ ପଢିବାକୁ ଆସୁଥିବା ପିଲାଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା ମଧ୍ୟ ନାହିଁ, ଫଳରେ ସେମାନଙ୍କୁ ଶୌଚ କିମ୍ବା ଶୋଷ ଲାଗିଲେ ପିଲାମାନେ ଘରକୁ ପଳାଇଥାଆନ୍ତି ।