ନୂଆଦିଲ୍ଲୀ: ସଂଶୋଧିତ ନାଗରିକତ୍ବ ଆଇନ ବିରୁଦ୍ଧରେ ପ୍ରଦର୍ଶନ ତଥା ବିରୋଧର ମୁଖ୍ୟ ଆକର୍ଷଣ ଥିବା ଶହିନବାଗ୍ର ଜଣେ ସମାଜସେବୀ ଶହଜାଦ ଅଲି ରବିବାର ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଜ୍ୟ ସଭାପତି ଆଦେଶ ଗୁପ୍ତା ଏବଂ ଶ୍ୟାମ ଜାଜୁଙ୍କ ଉପସ୍ଥିତିରେ ସେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି ।
ବିଜେପିରେ ଯୋଗ ଦେଲେ ସିଏଏ ବିରୋଧୀ - ସମାଜସେବୀ ଶହଜାଦ ଅଲି
ସଂଶୋଧିତ ନାଗରିକତ୍ବ ଆଇନ ବିରୁଦ୍ଧରେ ପ୍ରଦର୍ଶନ ତଥା ବିରୋଧର ମୁଖ୍ୟ ଆକର୍ଷଣ ଥିବା ଶହିନବାଗ୍ର ଜଣେ ସମାଜସେବୀ ଶହଜାଦ ଅଲି ରବିବାର ବିଜେପିରେ ଯୋଗ ଦେଇଛନ୍ତି।
ବିଜେପିରେ ଯୋଗ ଦେଲେ ସିଏଏ ବିରୋଧୀ
ତେବେ ସିଏଏକୁ ସମର୍ଥନ କରୁଥିବା ଦଳରେ ଯୋଗଦେବା ପରେ ଶହଜାଦ ଅଲି କହିଛନ୍ତି, ଯେଉଁମାନେ ବିଜେପିକୁ ଆମର ଶତ୍ରୁ ବୋଲି ଭାବନ୍ତି ସେମାନଙ୍କୁ ଭୁଲ ପ୍ରମାଣ କରିବାକୁ ମୁଁ ବିଜେପିରେ ଯୋଗ ଦେଇଛି। ସିଏଏର ଚିନ୍ତାଧାରାକୁ ନେଇ ଆମେ ସେମାନଙ୍କ ସହ ଆଲୋଚନା କରିବୁ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ପ୍ରାୟ 100 ଦିନ ଧରି ଦିଲ୍ଲୀର ଶହିନବାଗ୍ ଠାରେ ସିଏଏ ଏବଂ ଏନଆରସି ବିରୋଧରେ ପ୍ରଦର୍ଶନ ଜାରି ରହିଥିଲା । କୋରୋନା ଯୋଗୁଁ ଦେଶରେ ଲାଗୁ ହୋଇଥିବା ଲକଡାଉନ ଯୋଗୁଁ ପ୍ରଦର୍ଶନକାରୀଙ୍କୁ ସେଠାରୁ ହଟାଇ ଦିଆଯାଇଥିଲା । ପୋଲିସ ପ୍ରଦର୍ଶନକାରୀଙ୍କ ସହ ସମସ୍ତ ଅସ୍ଥାୟୀ ଶିବିରକୁ ସେଠାରୁ ହଟାଇଥିଲା ।