ଓଡିଶା

odisha

ETV Bharat / bharat

ତେଜୁଛି ଶାହିନବାଗ ଆନ୍ଦୋଳନ, ଶାହାଙ୍କ ଗୃହକୁ ବିକ୍ଷୋଭକାରୀଙ୍କ ମାର୍ଚ୍ଚ ମନା - Amit Shah's house

ଶାହିନବାଗ ଆନ୍ଦୋଳନକାରୀଙ୍କ ଶାହାଙ୍କ ଗୃହକୁ ମାର୍ଚ୍ଚ ବନ୍ଦ କରାଯାଇଛି। 10 ଜଣଙ୍କୁ ଯିବାକୁ ଦିଲ୍ଲୀ ପୋଲିସ ଅନୁମତି ଦେଇଥିଲା। ହେଲେ ଅରାଜି ହେବାରୁ ଫେରି ଆସିଛନ୍ତି ଆନ୍ଦୋଳନକାରୀ। ଅଧିକ ଖବର ପଢନ୍ତୁ...

_Shaheen Bagh protesters
ତେଜୁଛି ଶାହିନବାଗ୍ ଆନ୍ଦୋଳନ, ଶାହାଙ୍କ ଗୃହକୁ ବିକ୍ଷୋଭକାରୀଙ୍କ ମାର୍ଚ୍ଚ ମନା

By

Published : Feb 17, 2020, 2:36 AM IST

ନୂଆଦିଲ୍ଲୀ: ଗତ 2 ମାସ ହେବ ଶାହିନବାଗରେ ସିଏଏ ଆନ୍ଦୋଳନକାରୀଙ୍କ ବିକ୍ଷୋଭ ଜାରି ରହିଛି। ତେବେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗୃହ ପାଖକୁ ମାର୍ଚ୍ଚ କରାଯିବାକୁ ଆନ୍ଦୋଳନକାରୀଙ୍କୁ ମନା। ଦିଲ୍ଲୀ ପୋଲିସ ଏହି ମାର୍ଚ୍ଚକୁ ଅନୁମତି ଦେଇନାହିଁ। ଏହାପରେ ଆନ୍ଦୋଳନକାରୀମାନେ ଫେରି ଆସିଛନ୍ତି।

ତେଜୁଛି ଶାହିନବାଗ୍ ଆନ୍ଦୋଳନ, ଶାହାଙ୍କ ଗୃହକୁ ବିକ୍ଷୋଭକାରୀଙ୍କ ମାର୍ଚ୍ଚ ମନା

ସୂଚନା ଅନୁସାରେ, ବହୁ ସଂଖ୍ୟାରେ ଆନ୍ଦୋଳନକାରୀ ସାହିନବାଗରେ ପହଞ୍ଚି ଗୃହମନ୍ତ୍ରୀ ଅମିତ ଶାହାକୁ ଭେଟିବାକୁ ଅଡି ବସିଥିଲେ। ଏନେଇ ଆନ୍ଦୋଳନକାରୀମାନେ ସାଉଥ୍ ଇଷ୍ଟ ଡିସିପିଙ୍କୁ ମଧ୍ୟ ସୂଚନା ଦେଇଥିଲେ। ତେବେ ସେ ଏନେଇ ମନା କରିବା ସହ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରି ପଠେଇ ଦେଇଥିଲେ।

ଏହାସହ କେବଳ 10 ଜଣ ବ୍ୟକ୍ତି ଗୃହମନ୍ତ୍ରୀଙ୍କୁ ଭେଟି ପାରିବେ ବୋଲି ଅନୁମତି ଦେଇଥିଲେ। ହେଲେ ଆନ୍ଦୋଳନକାରୀ ମାନେ ରାଜି ହୋଇ ନଥିଲେ। ସେମାନଙ୍କ କହିବା କଥା ଯେ, ଆମ ମାନଙ୍କ ମଧ୍ୟରେ କେହି ବି ଏହି ଆନ୍ଦୋଳନର ମୁଖିଆ ନାହାଁନ୍ତି। କାରଣ ଆମେ ସମସ୍ତେ ଏହି କଳା ଆଇନର ବିରୋଧ କରୁଛୁ।

ଆନ୍ଦୋଳନକାରୀଙ୍କ କହିବା ଅନୁସାରେ, 3 ଦିନ ପୂର୍ବେ ଗୃହମନ୍ତ୍ରୀ ଅମିତ ଶାହା ନିଜେ ଏକ ଟିଭି ଚ୍ୟାନେଲରେ ଆମ ମାନଙ୍କୁ ଭେଟିବାକୁ ସୂଚନା ଦେଇଥିଲେ। ଏଥିପାଇଁ ଆମେ ତାଙ୍କୁ ଭେଟିବାକୁ ଆସିଛୁ। ଆନ୍ଦୋଳନକାରୀମାନେ ଦିଲ୍ଲୀ ସହ ଦେଶର ସମସ୍ତ ଜନସାଧାରଣଙ୍କୁ ଏହି ମାର୍ଚ୍ଚରେ ଯୋଗ ଦେବାକୁ ଅପିଲ କରିଛନ୍ତି।

ABOUT THE AUTHOR

...view details