ନୂଆଦିଲ୍ଲୀ: କୋରୋନା ଭାଇରସର ପ୍ରକୋପ ବଢିବାରେ ଲାଗିଛି । ବର୍ତ୍ତମାନ କୋରୋନା ରୋଗୀଙ୍କୁ ଯେତିକି ଚିନ୍ତା ବଢିବାରେ ଲାଗିଛି ତାଠାରୁ ଦୁଇ ଗୁଣିତ ଚିନ୍ତା ବଢିଛି କୋରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିର ମୃତଦେହକୁ ନେଇ । ମୃତଦେହର ଅନ୍ତିମ ସଂସ୍କାର କରିବା ପାଇଁ ନିଜ ପରିବାର ଲୋକେ ମଧ୍ୟ ଆସିବାକୁ ନାରାଜ । ଏଭଳି ଘଟଣା ଯେତିକି ସମ୍ବେଦନଶୀଳ ସେତିକି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ମଧ୍ୟ । ଏପରି କ୍ଷେତ୍ରରେ ଜଣେ କୋରୋନା ଯୋଦ୍ଧା ଭାବେ ସେବା କରିବାକୁ ଆଗ ଧାଡିରେ ଠିଆ ହୋଇଛନ୍ତି । ସେ ହେଉଛନ୍ତି ଶହୀଦ ଭଗତ ସିଂହ ସେବା ଦଳର ସଂସ୍ଥାପକ ଜିତେନ୍ଦ୍ର ସିଂହ ଶଣ୍ଟୀ ।
ଜିତେନ୍ଦ୍ର ସିଂହ ଦିଲ୍ଲୀରେ ଏକ ବିଶେଷ 'ସେବା' ଆରମ୍ଭ କରିଛନ୍ତି । ଏହି ସ୍ବତନ୍ତ୍ର 'ସେବା' ଅଧୀନରେ ଏପର୍ଯ୍ୟନ୍ତ 165 ମୃତଦେହ ସଂସ୍କାର କରିଛି ଏହି ଦଳ । ସେଥିମଧ୍ୟରୁ 35 ଟି ମୃତଦେହ ଏପରି ଥିଲା ଯେ ପରିବାରର କୌଣସି ସଦସ୍ୟ ଅନ୍ତିମ ସଂସ୍କାରରେ ଜଡିତ ନଥିଲେ ବୋଲି କହିଛନ୍ତି ଜିତେନ୍ଦ୍ର ସିଂହ ।