ନୂଆଦିଲ୍ଲୀ: ପୂର୍ବତନ ଆଇଏଏସ ଅଧିକାରୀ ତଥା ରାଜନେତା ପାଲଟିଥିବା ଶାହ ଫୈଜଲଙ୍କୁ ବୁଧବାର ଦିଲ୍ଲୀ ବିମାନ ବନ୍ଦରରେ ଅଟକ ରଖିଛି ପୋଲିସ । ବୁଧବାର ସେ ବିଦେଶ ଗସ୍ତ କରୁଥିବା ବେଳେ ପୋଲିସ ବିମାନ ବନ୍ଦରରେ ପହଞ୍ଚି ତାଙ୍କୁ ହେପାଜତକୁ ନେଇଥିଲା । ଏହାପରେ ତାଙ୍କୁ ଦିଲ୍ଲୀ ବିମାନ ବନ୍ଦରରୁ ପୁଣି କାଶ୍ମୀରକୁ ପଠାଇ ଦିଆଯାଇଥିବା ଜଣା ପଡିଛି। ତେବେ ଏଥିସହ ଫୈଜଲଙ୍କୁ ଗୃହବନ୍ଦୀ ରଖାଯାଇଥିବା ସୂଚନା ମିଳିଛି।
ଦିଲ୍ଲୀ ବିମାନ ବନ୍ଦରରେ ଫୈଜଲ ଅଟକ, କାଶ୍ମୀରରେ ଗୃହବନ୍ଦୀ - ଫୈସଲଙ୍କୁ ଗୃହବନ୍ଦୀ
ଜମ୍ମୁ-କାଶ୍ମୀର ପିପୁଲ୍ସ ମୁଭମେଣ୍ଟ ପାର୍ଟି ଅଧ୍ୟକ୍ଷ ଶାହ ଫୈଜଲଙ୍କୁ ବୁଧବାର ଦିଲ୍ଲୀ ବିମାନ ବନ୍ଦରରେ ଅଟକ ରଖିଛି ପୋଲିସ । ତେବେ ଫୈଜଲଙ୍କୁ କାଶ୍ମୀର ପଠାଇ ସେଠାରେ ଗୃହବନ୍ଦୀ କରାଯାଇଥିବା ସୂଚନା ମିଳିଛି ।
ଫୈଜଲ ଜମ୍ମୁ-କାଶ୍ମୀର ପିପୁଲ୍ସ ମୁଭମେଣ୍ଟ ପାର୍ଟିର ଅଧ୍ୟକ୍ଷ ଅଟନ୍ତି । କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ କରିବା ପରଠାରୁ ସେ ଲଗାତାର ବିବାଦୀୟ ମନ୍ତବ୍ୟ ଦେଉଥିଲେ । କାଶ୍ମୀରକୁ ନେଇ ସେ ବ୍ୟକ୍ତିଗତ ବୟାନ ଦେବାସହ ଗଣମାଧ୍ୟମରେ ହିଂସାତ୍ମକ ବୟାନ ଦେଇଥିଲେ । ସରକାର ତାଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଏଭଳି କରିଥିବା ଆକଳନ କରାଯାଉଛି ।
ସୂଚନାଯୋଗ୍ୟ ଯେ, ଶାହ ଫୈଜଲ 2010 ବ୍ୟାଚର ଭାରତୀୟ ପ୍ରଶାସନିକ ସେବା(ଆଇଏଏସ)ର ଟପ୍ପର ଥିଲେ । ସେ ଚଳିତ ବର୍ଷ ଜାନୁଆରୀରେ ସ୍ବେଚ୍ଛାକୃତ ଅବସର ନେଇ ମାର୍ଚ୍ଚ ମାସରେ ଜମ୍ମୁ-କାଶ୍ମୀର ପିପୁଲ୍ସ ମୁଭମେଣ୍ଟ ନାମକ ଏକ ରାଜନୈତିକ ଦଳ ଗଠନ କରିଥିଲେ ।