ମୁମ୍ବାଇ: ମହାରାଷ୍ଟ୍ରର ଅମରାବତୀର ଏକ ଆଇସୋଲେସନ ୱାର୍ଡରୁ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଗାଁର ଜଣେ ଗରିବ ମହିଳାଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଇଛି । ମହିଳାଙ୍କ ଅଭିଯୋଗକୁ ନେଇ ଏକ ମାମଲା ରୁଜୁ ହୋଇଛି ଓ ଅଭିଯୁକ୍ତକୁ ଗିରଫ ମଧ୍ୟ କରାଯାଇଛି।
କ୍ବାରେଣ୍ଟାଇନ ସେଣ୍ଟରରେ ମହିଳାଙ୍କୁ ଯୌନ ଶୋଷଣ ଅଭିଯୋଗ - sexual harassment in quarentine center
ମହାରାଷ୍ଟ୍ରର ଅମରାବତୀର ଏକ ଆଇସୋଲେସନ ୱାର୍ଡରୁ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଗାଁର ଜଣେ ଗରିବ ମହିଳାଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଇଛି ।
ଅମରାବତୀ ଜିଲ୍ଲାର ଚାନ୍ଦୁର ରେଳ ପୋଲିସ ଷ୍ଟେସନ ଅନ୍ତର୍ଗତ ଭଡଗାଓଁ ରାଜାଦୀ ଗ୍ରାମରେ ଥିବା ଜିଲ୍ଲା ପରିଷଦ ବିଦ୍ୟାଳୟରେ ଏକ ଆଇସୋଲେସନ ୱାର୍ଡ କରିଥିଲେ। ଗାଁର ପାଟିଲ୍ ନାମକ ବ୍ୟକ୍ତି ଜଣକ ଆଇସୋଲେସନ ୱାର୍ଡରେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ଏହାପରେ ମହିଳା ଜଣକ ଏହି ଘଟଣାରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା।
ଏହାକୁ ନେଇ ପୋଲିସ କହିଛି ଯେ ମୁମ୍ବାଇର ଏକ ଶ୍ରମିକ ପରିବାର ନିଜ ଗାଁକୁ ଫେରିଥିଲେ। ନିୟମ ଅନୁଯାୟୀ କୋରୋନା ସଂକ୍ରମଣ ହେତୁ ମହିଳା ଜଣକ ନିଜ ପରିବାର ସହିତ ଗାଁରେ ନିର୍ମିତ ଆଇସୋଲେସନ୍ ୱାର୍ଡରେ 14 ଦିନ ପାଇଁ କ୍ବାରେଣ୍ଟାଇନ୍ ହୋଇଥିଲେ। ଗାଁର ବାସିନ୍ଦା ପାଟିଲ୍ ରଞ୍ଜିତ ଗାଜବେ ମଦ୍ୟପାନ କରିବା ପରେ ମହିଳାଙ୍କ ହାତ ଧରି ଅଶ୍ଳୀଳ ଭାଷା ବ୍ୟବହାର କରିବା ସହ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା ।