କାନପୁର: ଅନଲାଇନ ସେକ୍ସ ରାକେଟର ପର୍ଦ୍ଦାଫାସ । କାନପୁର ନୌବସ୍ତା ଥାନା ଅଧୀନରେ ଚାଲିଥିବା ଏହି ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି ନୌବସ୍ତା ପୋଲିସ ଏବଂ ସାଇବର ଟିମ୍ । ଘଟଣାରେ ପୋଲିସ ମୁଖ୍ୟ ପରିଚାଳକ ସମେତ 9 ଜଣ କଲ ଗାର୍ଲ ଏବଂ 20 ଜଣଙ୍କୁ ଗିରଫ କରିଛି । ଏହି ରାକେଟ ଟ୍ବିଟର ଏବଂ ୱେବସାଇଟ ମାଧ୍ୟମରେ ଚାଲିଥିଲା । ସୋସିଆଲ ନେଟୱାର୍କିଂ ମାଧ୍ୟମରେ ଗ୍ରାହକ ଠିକ କରାଯାଉଥିଲା ।
ସୂଚନାନଯୋଗ୍ୟ, ସାଇବର ସେଲ ଦ୍ବାରା ଟ୍ବିଟରେ ଦିଆଯାଇଥିବା ଏକ ଲିଙ୍କ ଦ୍ବାରା ମୋବାଇଲ ନମ୍ବର ଟ୍ରେସ କରାଯାଇଥିଲା । ଯେଉଁଥିରେ ମୁଖ୍ୟ ଅଭିଯୁକ୍ତ ଆଶିଷ କୁମାରକୁ ନୌବସ୍ତା ପୋଲିସ ଗିରଫ କରିଥିଲା । ଆଶିଷର ମୋବାଇଲ ନମ୍ବର ସାହାଯ୍ୟରେ ପୋଲିସ ଜାଣିବାକୁ ପାଇଥିଲା ଯେ, ଆଶିଷ ଦ୍ବାରା ଏକ ବଡ ଧରଣର ସେକ୍ସ ରାକେଟ ଚାଲିଛି । ଯେଉଁଥିରେ ରାଜୁ ଓରଫ ଇରାନ, ଜଣେ ମହିଳା ଏବଂ ଉତ୍ତରପ୍ରଦେଶ, ଦିଲ୍ଲୀ, ମଧ୍ୟପ୍ରଦେଶ ଭଳି ଜିଲ୍ଲାର ଝିଅ ମାନଙ୍କ ସମ୍ପୃକ୍ତି ରହିଛି । ତେବେ ଏହି ସେକ୍ସ ରାକେଟର ଚେର ବହୁ ଦୂର ପର୍ଯ୍ୟନ୍ତ ଲମ୍ବିଛି । ଏଥିରେ ଅନେକ ଲୋକଙ୍କ ସମ୍ପୃକ୍ତି ରହିଛି ।