ଓଡିଶା

odisha

By

Published : Jun 15, 2019, 11:46 PM IST

ETV Bharat / bharat

ଗୁଜୁରାଟକୁ ଗୋଡାଉଛି ବାତ୍ୟା ବାୟୁ !

ଗୁରୁଜାଟକୁ ଫେରିପାରେ ସାମୁଦ୍ରିକ ଝଡ଼ ବାତ୍ୟା ‘ବାୟୁ’ । ପୋରବନ୍ଦର ଠାରୁ 355 କିମିରେ ରହିଛି ଏହାର କେନ୍ଦ୍ରସ୍ଥଳ ।

ଫଟୋ ସୌଜନ୍ୟ: ଏଏନ୍ଆଇ

ନୂଆଦିଲ୍ଲୀ: ଦିଗ ବଦଳାଇ ଫେରିପାରେ ବାତ୍ୟା ‘ବାୟୁ’ । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ‘ବାୟୁ’ର କେନ୍ଦ୍ରସ୍ଥଳ ଗୁଜୁରାଟର ପୋରବନ୍ଦର ଠାରୁ ପଶ୍ଚିମ-ଦକ୍ଷିଣ ଦିଗର 355 କିମି ଦୂରରେ ରହିଛି ।

ପାଣିପାଗ ବିଭାଗର କହିବା ଅନୁଯାୟୀ ସାମୁଦ୍ରିକ ଝଡ଼ ‘ବାୟୁ’ ଜୁନ 17/18 ତାରିଖରେ ପୁଣି ଗୁଜୁରାଟର କଚ୍ଛ ତଟରେ ସ୍ଥଳ ଭାଗ ଛୁଇଁପାରେ । ଏହା ପୋରବନ୍ଦର ଓ ଦ୍ବାରକା ଆଡେ ମୁହାଁଇଥିବା ମଧ୍ୟ ଜଣାପଡ଼ିଛି ।

ଯଦିବି ଏହା ସ୍ଥଳ ଭାଗ ଅତିକ୍ରମ କରେ ପୂର୍ବ ପରି ପବନର ବେଗ ଆଉ ଅଧିକ ରହିବ ନାହିଁ । କାରଣ ପୂର୍ବରୁ ପବନର ବେଗ 150ରୁ -160 ଥିବା ବେଳେ ବର୍ତ୍ତମାନର ବେଗ ମାତ୍ରାଧିକ ରହିବ ନାହିଁ । ଏହାର ପ୍ରଭାବ ଏତେ ପଡିବ ନାହିଁ ବୋଲି ସୂଚନା ବିଭାଗ ପକ୍ଷରୁ ସୂଚନା ମିଳିଛି ।

ABOUT THE AUTHOR

...view details