ଓଡିଶା

odisha

ETV Bharat / bharat

‘ମୁସଲମାନଙ୍କ ପାଇଁ ବହୁ ଦେଶ କିନ୍ତୁ ହିନ୍ଦୁଙ୍କ ପାଇଁ ନାହିଁ’ - Several Countries for Muslims

ବିଶ୍ବରେ ହିନ୍ଦୁଙ୍କ ପାଇଁ କୌଣସି ଦେଶ ନାହିଁ ତେଣୁ ଅନ୍ୟଦେଶର ସଂଖ୍ୟାଲଘୁ କୁଆଡେ ଯିବେ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ଅନ୍ଯପକ୍ଷେ ମୁସଲମାନଙ୍କ ପାଇଁ ବିଭିନ୍ନ ଦେଶ ଅଛି ମାତ୍ର ହିନ୍ଦୁଙ୍କ ପାଇଁ ନୁହେଁ ।

Several Countries for Muslims
ମୁସଲମାନଙ୍କ ପାଇଁ ବହୁ ଦେଶ

By

Published : Dec 19, 2019, 9:53 AM IST

ନୂଆଦିଲ୍ଲୀ: ନାଗିରକତା ସଂଶୋଧନ ଆଇନକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଛି । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ନିଜ ମତ ରଖିଛନ୍ତି । ବିଶ୍ବରେ ହିନ୍ଦୁଙ୍କ ପାଇଁ କୌଣସି ଦେଶ ନାହିଁ ତେଣୁ ଅନ୍ୟଦେଶର ସଂଖ୍ୟାଲଘୁ କୁଆଡେ ଯିବେ ବୋଲି ପ୍ରଶ୍ନ କରିଛନ୍ତି ସେ ।

ନେପାଳ ହିନ୍ଦୁ ରାଷ୍ଟ୍ର ମାତ୍ର ସେଠାରେ କେବଳ ହିନ୍ଦୁ ରହୁନାହାଁନ୍ତି ତେଣୁ ହିନ୍ଦୁ ଓ ଶିଖ୍ ସମ୍ପ୍ରଦାୟ ଯିବେ କୁଆଡେ । ମାତ୍ର ମୁସଲମାନଙ୍କ ପାଇଁ ବହୁତ ଇସଲାମିକ୍ ରାଷ୍ଟ୍ର ଅଛି, ସେମାନେ ସେଠାରେ ନାଗରିକତା ପାଇପାରିବେ ବୋଲି କହିଛନ୍ତି ଗଡକରୀ ।

ଆମେ ଦେଶର ସଂଖ୍ୟାଲଘୁଙ୍କ ବିରୋଧରେ ନାହୁଁ ମାତ୍ର କେତେକ ରାଜନୀତିକ ଦଳ ସଂଖ୍ୟାଲଘୁଙ୍କ ମନରେ ଭୟ ସୃଷ୍ଟି କରୁଛନ୍ତି ବୋଲି ସେ କହିଛନ୍ତି । ପ୍ରକାଶଥାଉକି, ବୁଧବାର ସୁପ୍ରିମକୋର୍ଟ ନାଗରିକତା ସଂଶୋଧନ ଆଇନକୁ ପୁଣି ଯାଞ୍ଚ କରିବାକୁ କହିଥିଲେ ମଧ୍ୟ ଏହାକୁ ରବ୍ଦ କରିନଥିଲେ ।

ABOUT THE AUTHOR

...view details