ଲକ୍ଷ୍ନୌ: ଗତ କିଛି ଦିନରୁ ଗରମରେ ସିଝୁଥିବା ଉତ୍ତର ପ୍ରଦେଶରେ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି ।
ଉତ୍ତର ପ୍ରଦେଶରେ ଝଡ ବର୍ଷା, 17 ମୃତ - ଝଡ ବର୍ଷା
ଉତ୍ତର ପ୍ରଦେଶରେ ଝଡ ବର୍ଷାରେ 17 ଜଣଙ୍କର ମୃତ ହୋଇଛି । ଅନେକ ସ୍ଥାନରେ ବିଜୁଳି ଖୁଣ୍ଟ ମଧ୍ୟ ଉପୁଡି ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି ।
ପ୍ରତିକାତ୍ମକ ଫଟୋ
ବସ୍ତି ମଣ୍ଡଳର ସିଦ୍ଧାର୍ଥ ନଗରରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦେବରିଆ ଓ ଅବଧରେ 3 ଜଣ ଲେଖାଏଁଙ୍କର ମୃତ୍ୟୁ ହୋଇଛି । ସେହିପରି ବଲିଆରେ ଦୁଇଜଣ ଏବଂ ଆଜମଗଡ, କୁଶୀନଗର, ମହାରାଜ ଗଞ୍ଜ, ଲକ୍ଷୀମପୁର, ଓ ପିଲିଭିତରେ ଜଣେ ଲେଖାଏଁଙ୍କ ମୃତ୍ୟୁ ଖବର ସମ୍ନାକୁ ଆସିଛି ।
ଝଡ ଓ ପବନ ପ୍ରଭାବରେ ବହୁ ଗଛ ଉପୁଡି ପଡିଥିବା ବେଳେ ଅନେକ ସ୍ଥାନରେ ବିଜୁଳି ଖୁଣ୍ଟ ମଧ୍ୟ ଉପୁଡି ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି ।