ଓ୍ବେଲିଂଟନ: ପ୍ରଶାନ୍ତ ମହାସାଗରୀୟ ଦ୍ବୀପ ରାଷ୍ଟ୍ର ନ୍ୟୁଜିଲାଣ୍ଡର ଉତ୍ତର ଭାଗରେ ଅବସ୍ଥିତ କୋରମଣ୍ଡଳ ଉପଦ୍ବୀପକୁ ଲହଡିରେ ଭାସି ଆସିଥିବା 11ଟି ପାଇଲଟ ହ୍ବିଲ ମାଛକୁ ପୁନର୍ବାର ସମୁଦ୍ର ମଧ୍ୟକୁ ଛାଡି ଦେଇଛନ୍ତି ଉଦ୍ଧାରକାରୀ ଦଳ। ସ୍ଥଳଭାଗକୁ ଚାଲି ଆସିଥିବା 11ଟି ପାଇଲଟ ହ୍ବିଲ ମଧ୍ୟରୁ 4ଟି ପ୍ରାଣ ହରାଇଥିବା ବେଳେ, 7ଟି ହ୍ବିଲକୁ ସାବଧାନତାର ସହ ସମୁଦ୍ରରେ ଛଡାଯାଇଛି।
ପାଇଲଟ ହ୍ବିଲଙ୍କୁ ସମୁଦ୍ରରେ ଛାଡିଲେ ଉଦ୍ଧାରକାରୀ ଦଳ - Seven pilot whale fishes rescued
ପ୍ରଶାନ୍ତ ମହାସାଗରୀୟ ଦ୍ବୀପ ରାଷ୍ଟ୍ର ନ୍ୟୁଜିଲାଣ୍ଡର ଉତ୍ତର ଭାଗରେ ଅବସ୍ଥିତ କୋରମଣ୍ଡଳ ଉପଦ୍ବୀପକୁ ଲହଡିରେ ଭାସି ଆସିଥିବା 11ଟି ପାଇଲଟ ହ୍ବିଲ ମାଛକୁ ପୁନର୍ବାର ସମୁଦ୍ର ମଧ୍ୟକୁ ଛାଡି ଦେଇଛନ୍ତି ଉଦ୍ଧାରକାରୀ ଦଳ। ସ୍ଥଳଭାଗକୁ ଚାଲି ଆସିଥିବା 11ଟି ପାଇଲଟ ହ୍ବିଲ ମଧ୍ୟରୁ 4ଟି ପ୍ରାଣ ହରାଇଥିବା ବେଳେ, 7ଟି ହ୍ବିଲକୁ ସାବଧାନତାର ସହ ସମୁଦ୍ରରେ ଛଡାଯାଇଛି। ଅଧିକ ପଢନ୍ତୁ...
![ପାଇଲଟ ହ୍ବିଲଙ୍କୁ ସମୁଦ୍ରରେ ଛାଡିଲେ ଉଦ୍ଧାରକାରୀ ଦଳ pilot whale](https://etvbharatimages.akamaized.net/etvbharat/prod-images/768-512-5598937-thumbnail-3x2-fdff.jpg)
ନ୍ୟୁଜିଲାଣ୍ଡର ଉତ୍ତର ଭାଗରେ ଅବସ୍ଥିତ କୋରମଣ୍ଡଳ ଉପଦ୍ବୀପରେ ଥିବା ବେଳାଭୂମିରେ ପ୍ରାୟ ହଜାରେରୁ ଅଧିକ ଲୋକ ଛୁଟି କାଟିବା ପାଇଁ ପହଞ୍ଚିଥିଲେ।ହଠାତ ଏକ ବଡ ଲହଡୀ ଆସିଥିଲା ଯେଉଁଥିରେ ଏହି ପାଇଲଟ ହ୍ବିଲ ମାଛ ଜଳଭାଗରୁ ସ୍ଥଳଭାଗକୁ ଚାଲି ଆସିଥିଲେ। ଏ ସମ୍ପର୍କରେ ଖବର ପାଇବା ଦେଶର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିୟୋଜିତ ହେଉଥିବା ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ଉପକୂଳକୁ ମାଡି ଆସିଥିବା ହ୍ବିଲ ମାଛକୁ ପାଣିରେ ଛାଡିବା ନେଇ ଉଦ୍ୟମ ଆରମ୍ଭ କରିଥିଲେ।
ଏନେଇ ନ୍ୟୁଜିଲାଣ୍ଡଙ୍କ ଏକ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଜଳଭାଗରୁ ସ୍ଥଳଭାଗକୁ ମାଡି ଆସିଥିବା 11ଟି ପାଇଲଟ ହ୍ବିଲ ମଧ୍ୟରୁ 7ଟି ଜୀବନ୍ତ ଥିବାବେଳେ ସେମାନଙ୍କୁ ସମୁଦ୍ରରେ ଛାଡିଦିଆଯାଇଛି। ଅନ୍ୟ ପଟେ ମୃତ ମାଛକୁ ପୋତି ଦିଆଯାଇଛି। ପ୍ରାୟ 2 ବର୍ଷ ପୂର୍ବେ ନ୍ୟୁଜିଲାଣ୍ଡର ଦକ୍ଷିଣ ଭାଗରେ ଅବସ୍ଥିତ ଫେୟରବେଲ ସ୍ପିଟରେ 330ରୁ ଅଧିକ ପାଇଲଟ ହ୍ବିଲଙ୍କ ମୃତ୍ୟୁ ହୋଇଥିବାର ଖବର ଆସିଥିଲା।