ଅମୃତସର: ସାତ ଜଣ ନୂଆ ଆକ୍ରାନ୍ତଙ୍କ ସହ ପଞ୍ଜାବର କୋରୋନା ମାମଲା ଶହେ ପାର ହୋଇଛି । ଟେଷ୍ଟ ହୋଇଥିବା ନମୁନାରୁ ସାତଟି ପଜିଟିଭି ଥିବା ସ୍ପଷ୍ଟ ହୋଇଛି । ଏମାନଙ୍କ ମଧ୍ୟରେ ଜଣେ 18 ବର୍ଷିୟ ବାଳକ ଥିବା ଜଣାପଡିଛି ।
ପଞ୍ଜାବ ସରକାରଙ୍କ ସୂଚନା ମୁତାବକ ସାତ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହାସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 106ରେ ପହଞ୍ଚିଛି । 18 ବର୍ଷିୟ ବାଳକ ମୁକ୍ତାସର ସାହିବ ଜିଲ୍ଲାର ବୋଲି ଜଣାପଡିଛି ।