ଓଡିଶା

odisha

By

Published : Oct 9, 2019, 9:23 AM IST

ETV Bharat / bharat

ନଦୀରେ ବୁଡ଼ି 7 ମୃତ, 3 ନିଖୋଜ

ମା ଦୁର୍ଗାଙ୍କ ବିସର୍ଜନ ସମୟରେ ଅଘଟଣ । ନଦୀରେ ମୃଣ୍ମୟୀ ମୂର୍ତ୍ତିକୁ ବିସର୍ଜନ କରୁଥିବାବେଳେ 10 ଜଣ ବୁଡ଼ି ଯାଇଥିବା ସୂଚନା ରହିଛି । ସେମାନଙ୍କ ମଧ୍ୟରୁ 7 ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଅନ୍ୟ 3 ଜଣଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।

ଫଟୋ ସୌଜନ୍ୟ: ANI

ଜୟପୁର: ରାଜସ୍ଥାନର ଢୋଲପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପବିତ୍ର ଦଶହରାର ଅନ୍ତିମ ପର୍ଯ୍ୟାୟ ଭସାଣୀ ଉତ୍ସବ ସମୟରେ 7 ଜଣ ନଦୀରେ ବୁ଼ଡି ମୃତ୍ୟୁ ମୁଖରେ ପଡ଼ିଥିବା ଜଣାପଡ଼ିଛି । ଘଟଣାଟି ଘଟିଛି ମଙ୍ଗଳବାର ଦିନ ରାଜସ୍ଥାନର ଢୋଲପୁର ଅଞ୍ଚଳରେ ।

ମଙ୍ଗଳବାର ବିଳମ୍ବିତ ରାତିରେ ଢୋଲପୁର ଜିଲ୍ଲାରେ ମା ଦୁର୍ଗାଙ୍କ ଭସାଣୀ ଉତ୍ସବ ଆରମ୍ଭ ହୋଇଥିଲା । ମା' ମୃଣ୍ମୟୀ ମୂର୍ତ୍ତିକୁ ବିସର୍ଜନ ପାଇଁ ନିକଟସ୍ଥ ପାର୍ବତୀ ନଦୀକୁ ଯାଇଥିଲେ । ଏହି ସମୟରେ ଜଣେ ଯୁବକ ନଦୀ ମଧ୍ୟକୁ ଡେଇଁଥିଲା । ମାତ୍ର ସେ ନଦୀରେ ବୁଡ଼ିଯାଇଥିଲା । ଫଳରେ ତାକୁ ଉଦ୍ଧାର କରିବା ପାଇଁ ନିକଟରେ ଥିବା ଅନ୍ୟ କିଛି ଯୁବକ ନଦୀ ମଧ୍ୟକୁ ପଶିଥିଲେ ।

ମାତ୍ର ସେମାନେ ମଧ୍ୟ ବୁଡ଼ି ଯାଇଥିଲେ । ମୋଟ 10 ଜଣ ବୁଡ଼ି ଯାଇଥିବାବେଳେ ସାତ ଜଣଙ୍କ ମୃତଦେହକୁ ପ୍ରଶାସନ ଉଦ୍ଧାର କରିଛି । ସ୍ଥାନୀୟ ବାସିନ୍ଦା ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ମକର୍ତ୍ତାଙ୍କ ଦ୍ବାରା ସେମାନଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ରାତି ହୋଇ ଯାଇଥିବାରୁ ଉଦ୍ଧାର କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି । ବୁଧବାର ସକାଳେ ପୁନର୍ବାର ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ ।

ଏନେଇ ଢୋଲପୁର ଜିଲ୍ଲାପାଳ ରାକେଶ ଜୟସ୍ବାଲ କହିଛନ୍ତି କି, 10 ଜଣ ଯୁବକ ନଦୀରେ ବୁଡ଼ି ଯାଇଥିଲେ । ମାତ୍ର ସାତ ଜଣଙ୍କୁ ଆମେ ଉଦ୍ଧାର କରିଛୁ । ଅନ୍ୟମାନଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ବୁଧବାର ସକାଳେ ଆମେମାନେ ପୁନର୍ବାର ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ । ତେବେ ସମସ୍ତ ମୃତକଙ୍କ ପରିବାରକୁ 1 ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଇଛି । ମୂଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ରାଶି ଯୋଗାଇ ଦିଆଯାଇଥିବା ସେ କହିଥିଲେ ।

ABOUT THE AUTHOR

...view details