ରାଞ୍ଚି: ନକ୍ସଲ ଦମନ ଅଭିଯାନରେ ଛାଡଖଣ୍ଡ ପୋଲିସକୁ ବଡ ସଫଳତା। ରାଜ୍ୟର ଲାତେହାର ଜିଲ୍ଲାରୁ 7 ନକ୍ସଲଙ୍କୁ ସୋମବାର ଝାଡଖଣ୍ଡ ପୋଲିସ ଗିରଫ କରିଛି। ଗତ ନଭେମ୍ବର 22 ତାରିଖରେ ରାଜ୍ୟର ଚାନ୍ଦୱା ଠାରେ ହୋଇଥିବା ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିଲେ ଗିରଫ ନକ୍ସଲ।
ଝାଡଖଣ୍ଡ ପୋଲିସକୁ ସଫଳତା: ଚାନ୍ଦୱା ଆକ୍ରମଣ ଘଟଣାରେ ସମ୍ପୃକ୍ତ 7 ନକ୍ସଲ ଗିରଫ - ଚାନ୍ଦୱା ଆକ୍ରମଣ
ନକ୍ସଲ ଦମନ ଅଭିଯାନରେ ଝାଡଖଣ୍ଡ ପୋଲିସକୁ ମିଳିଛି ବଡ ସଫଳତା। ରାଜ୍ୟର ଲାତେହାର ଜିଲ୍ଲାରୁ 7 ନକ୍ସଲଙ୍କୁ ଗିରଫ କରାଯାଇଛି। ଗତବର୍ଷ ନଭେମ୍ବର 22 ତାରିଖରେ ହୋଇଥିବା ଚାନ୍ଦୱା ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିଲେ ଗିରଫ ନକ୍ସଲ। ଅଧିକ ଖବର ପଢନ୍ତୁ...
![ଝାଡଖଣ୍ଡ ପୋଲିସକୁ ସଫଳତା: ଚାନ୍ଦୱା ଆକ୍ରମଣ ଘଟଣାରେ ସମ୍ପୃକ୍ତ 7 ନକ୍ସଲ ଗିରଫ seven naxals arrested](https://etvbharatimages.akamaized.net/etvbharat/prod-images/768-512-5621272-thumbnail-3x2-kkjpg.jpg)
ଝାଡଖଣ୍ଡ ଚାନ୍ଦୱା ଆକ୍ରମଣରେ ସମ୍ପୃକ୍ତ 7 ନକ୍ସଲ ଗିରଫ
ଗତବର୍ଷ ନଭେମ୍ବରରେ ଚାନ୍ଦାୱା ଠାରେ ହୋଇଥିବା ନକ୍ସଲ ଆକ୍ରମଣରେ 4 ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଝାଡଖଣ୍ଡ ଡିଆଇଜି ଆମୋଲ ହୋମକାର ଭେନୁକାନ୍ତ ଜଣାଇଛନ୍ତି। ଏହା ପୂର୍ବରୁ ଗତ ଶନିବାର 5 ନକ୍ସଲଙ୍କୁ ରାଜ୍ୟର ବାଲୁନାଥ ଥାନା ଅଧିନସ୍ଥ ତିତିର ମହୁଆ ଜଙ୍ଗଲରୁ ଗିରଫ କରାଯାଇଥିଲା।
ଏନେଇ ଲାତେହାର ଏସପି ପ୍ରଶାନ୍ତ ଆନନ୍ଦଙ୍କ ପକ୍ଷରୁ କୁହାଯାଇଛି, ନକ୍ସଲଙ୍କ ଏକ ଦଳ ତିରତିଆ ପ୍ରସ୍ତୁତି କମିଟି(ଟିପିସି) ବାଲୁନାଥ ଏବଂ ଲାଭଲଙ୍ଗ ଥାନା ଅଞ୍ଚଳରେ ଚଳପ୍ରଚଳ କରୁଥିବା ନେଇ ଗୁପ୍ତ ସୂଚନା ମିଳିଥିଲା। ଏନେଇ ଖବର ପାଇବା ପରେ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା।