ଓଡିଶା

odisha

By

Published : Jan 2, 2021, 12:39 PM IST

ETV Bharat / bharat

ଟ୍ରାଲରେ ଆତଙ୍କୀ ହମଲା; 2 ସୁରକ୍ଷାକର୍ମୀ ଓ 7 ନାଗରିକ ଆହତ

ଶନିବାର ପୁଲୱାମା ଟ୍ରାଲରେ ଆତୀଙ୍କଙ୍କ ଗ୍ରେନେଡ ମାଡରେ 2 ଜଣ ସୁରକ୍ଷାକର୍ମୀ ଓ 7 ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଅଧିକ ପଢନ୍ତୁ...

ଟ୍ରାଲରେ ଆତଙ୍କୀ ହମଲା; 2 ସୁରକ୍ଷାକର୍ମୀ ଓ 7 ନାଗରିକ ଆହତ
ଟ୍ରାଲରେ ଆତଙ୍କୀ ହମଲା; 2 ସୁରକ୍ଷାକର୍ମୀ ଓ 7 ନାଗରିକ ଆହତ

ପୁଲୱାମା: ବର୍ଷ ଆରମ୍ଭ ହେଉ ହେଉ ଆତଙ୍କୀଙ୍କ ଉତ୍ପାତ। ସୀମାରେ ଗୁଳି ଫୁଟାଇ ନିଜର ବଦମାସୀ ଓ ଉପସ୍ଥିତି ଦେଖାଇଛନ୍ତି। ତେବେ ଶନିବାର ପୁଲୱାମା ଟ୍ରାଲରେ ଆତୀଙ୍କଙ୍କ ଗ୍ରେନେଡ ମାଡରେ 2 ଜଣ ସୁରକ୍ଷାକର୍ମୀ ଓ 7 ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି।

ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଏନେଇ ଜାମ୍ମୁକାଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି।

ଖବର ଥାଉକି, ଏହି ଅଘଟଣ ଟ୍ରାଲ ବସ ଷ୍ଟାଣ୍ଡରେ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଥିବା ବେଳେ ଅଧିକ ସୂଚନା ପାଇଁ ଅପେକ୍ଷା କରାଯାଇଛି।

ABOUT THE AUTHOR

...view details